ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର ପ୍ରଧାନ…

ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର ପ୍ରଧାନ…

ରାଜ୍ୟ ରାଜନୀତି ସାଙ୍ଗକୁ କେନ୍ଦ୍ରର ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଚଳିତଥର ସମ୍ବଲପୁର ଆସନରୁ ଲଢ଼ି ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ପରାସ୍ତ କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାରେ ବିଜେପି ସ୍ଥିତି ମଜଭୁତ ହେବା ପଛରେ ମଧ୍ୟ ଧର୍ମେନ୍ଦ୍ରଙ୍କର ବଡ଼ ଯୋଗଦାନ ରହିଛି । ମୋଦି ସରକାରର ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ ମିଳିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀର ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଓ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଜଗନ୍ନାଥଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର କହିଛନ୍ତି, ଯୋଗ୍ୟ ବିବେଚିତ କରି ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦ କାରଣରୁ ଏହା ସମ୍ଭବପର ହୋଇପାରିଛି ।

author

Related Articles

Leave a Reply

Your email address will not be published. Required fields are marked *