ଦିଲ୍ଲୀ ଠାରୁ ବଳିଗଲାଣି ଅନୁଗୁଳ ସ୍ଥିତି । ବାୟୁ ପ୍ରଦୂଷଣରେ ବେହାଲ ହେଲେଣି ଅନୁଗୁଳ ଓ ତାଳଚେରବାସୀ । ଅନୁଗୁଳ ଓ ତାଳଚେର ସହର ବାୟୁ ପ୍ରଦୂଷଣର ମାନ କେବଳ ଓଡ଼ିଶା ନୁହେଁ ଭାରତର ସବୁଠାରୁ ଖରାପ ସ୍ଥିତି । ଦିଲ୍ଲୀକୁ ବି ବଳି ପଡୁଛି । ଦ୍ରୁତ ଶିଳ୍ପାୟନ ଓ କୋଇଲା ଉତ୍ତୋଲନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବୃହତ୍ ଶିଳ୍ପ, ଇସ୍ପାତ କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର ଓ ଶକ୍ତି ପ୍ରକଳ୍ପ ଉତ୍ସରୁ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରୁଛି । କୋଇଲା ପରିବହନ ବେଳେ କୋଇଲା ୱାଗନ ଓ ଗାଡ଼ିରେ ପାଲ ଭିଡ଼ାଯାଉନଥିବାରୁ ଧୂଳି କଣା ଉଡ଼ି ବାୟୁମଣ୍ଡଳରେ ମିଶୁଛି । ତା’ଛଡା ଶିଳ୍ପାୟନ ଗୁଡ଼ିକ ପରିବେଶ ନିୟମକୁ ମଧ୍ୟ ସଠିକ୍ ଭାବରେ ପାଳନ କରୁନଥିବା ଅଭିଯୋଗ ହୋଇଛି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
