ଦିଲ୍ଲୀ ପ୍ରଦୂଷଣକୁ ରୋକିବ କୃତ୍ରିମ ବର୍ଷା

ଦିଲ୍ଲୀ ପ୍ରଦୂଷଣକୁ ରୋକିବ କୃତ୍ରିମ ବର୍ଷା

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢିଚାଲିଛି ବାୟୁ ପ୍ରଦୂଷଣ । ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ପରିସ୍ଥିତିକୁ ସମ୍ଭାଳିବା କଷ୍ଟକର ହେଲାଣି । ଯାହାକୁ ନିୟନ୍ତ୍ରୀ କରିବା ପାଇଁ ଦିଲ୍ଲୀ ସରକାର ଏଥିପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ରାଜଧାନୀରେ କୃତ୍ରିମ ବର୍ଷା କରାଯିବ । ଗତକାଲି ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନଭେମ୍ବର ୨୦ରୁ ବର୍ଷା କରାଇବାକୁ ତାରିଖ ଧାର‌୍ୟ୍ୟ କରାଯାଇଛି । ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି । ତେବେ ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର । ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଲେ ବର୍ଷା କରାଯିବ । ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା । କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍ଟ ଜରିଆରେ ଆକାଶରେ ସିଲଭର ଆୟୋଡାଇଡ ବୁଣି ଦିଆଯାଏ । ବାଦଲ ସଂପର୍କରେ ସିଲଭର ଆୟୋଡାଇଡ୍ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଲ ବଢିଯାଏ ଏବଂ ବର୍ଷା ହୋଇଥାଏ । ବୈଜ୍ଞାନିକାନେ ଏହାକୁ କ୍ଲାଉଡ ସିଡିଂ ବୋଲି କହିଥାନ୍ତି । ଭାରତରେ ପ୍ରଥମ ଥର ପାଇଁ ଏହି କୃତ୍ରିମ ବର୍ଷା କରାଇବାକୁ ଯୋଜନା ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *