ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉପବାସ କରିବେ ନେତା ମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉପବାସ କରିବେ ନେତା ମନ୍ତ୍ରୀ

ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାକୁ ନେଇ ବିରୋଧ କରୁଛନ୍ତି ଆପ ନେତା । ଦେଶ ତଥା ବିଦେଶରେ ଥିବା କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ରବିବାର ପୂର୍ବାହ୍ନ ୧୦ଟା ଠାରୁ ଏହି ଉପବାସ ଆରମ୍ଭ ହେବ । ଏଥିରେ ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ ସାମିଲ୍ ହେବେ। ଏହା ଜନ୍ତର ମନ୍ତର ଏବଂ ସହିଦ ଭଗତ ସିଂଙ୍କ ଗାଁ ପଞ୍ଜାବର ଖଟଖଡକାଲାଂରୁ ଆରମ୍ଭ ହେବ। ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ୨୫ ଟି ରାଜ୍ୟର ରାଜଧାନୀ, ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟ, ଗ୍ରାମ ଏବଂ ସହରଗୁଡ଼ିକରେ ଲୋକମାନେ ଉପବାସ କରିବେ ଏବଂ କେଜ୍ରିୱାଲଙ୍କୁ ଆଶୀର୍ବାଦ କରିବେ।

author

Related Articles

Leave a Reply

Your email address will not be published. Required fields are marked *