ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଲା ସୁପ୍ରିମକୋର୍ଟଙ୍କ ଶକ୍ତ ଝଟକା । ନିଜ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କରିବା ପାଇଁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଥିବା ସୂଚନା ମିଳିଛି । ମଙ୍ଗଳବାର ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଆଉ ସପ୍ତାହେ ଜାମିନ ପାଇଁ ଆବେଦନ କରିଥିଲେ ଆପ ସୁପ୍ରିମୋ । ସୁପ୍ରିମକୋର୍ଟ ଏହାକୁ ନାକଚ କରିବା ପରେ ଜୁଲାଇ ୨ ତାରିଖରେ କେଜ୍ରିୱାଲ ପୁଣି ଜେଲ ଯିବା ନିଶ୍ଚିତ ହୋଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନ ପାଇଁ ଅନ୍ତରିଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଜୁନ ୧ରେ ଏହି ସମୟ ସୀମା ସରୁଥିବା ବେଳେ ୨ ତାରିଖରେ କେଜ୍ରିୱାଲଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *