ଦିଲ୍ଲୀ ରେକର୍ଡ ଭାଙ୍ଗିଲା ଓଡିଶା….

ଦିଲ୍ଲୀ ରେକର୍ଡ ଭାଙ୍ଗିଲା ଓଡିଶା….

ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡିଶା । ଦେଶର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଓଡିଶାର ଦୁଇ ସହର । ଲଗାତର ଦୁଇ ଦିନ ହେଲା ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ଦୁଇ ସହର ଭାବେ ପରିଗଣିତ ହେଉଛନ୍ତି । ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁ ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ ସହର । ଆଜି ମଧ୍ୟ ୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ, ୩୨୨ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି । ସେହିପରି ଭୁବନେଶ୍ଵରର ଏକ୍ୟୁଆଇ ରହିଛି ୩୦୩ । ଗତକାଲି ରାଜଧାନୀ ଦିଲ୍ଲୀରେ ବାୟୁର ମାନ ୨୩୬ ଥିଲା ବେଳେ ଆଜି ସକାଳ ୮ଟାରେ ୨୩୫ ରହିଛି । କିନ୍ତୁ ଓଡିଶାର ଅନେକ ସହର ଦିଲ୍ଲୀକୁ ବି ପ୍ରଦୂଷଣରେ ଟପିଯାଇଛନ୍ତି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ବାୟୁ ମାନ ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ଗତକାଲି ୩୦୦ରୁ ଅଧିକ ଏକ୍ୟୁଆଇ ସହ ଓଡ଼ିଶାରେ ବାୟୁ ମାନ ଅତି ଖରାପ ସ୍ତରରେ ରହିଥିଲା ।

author

Related Articles

Leave a Reply

Your email address will not be published. Required fields are marked *