ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ,ଇଭି ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ,ଇଭି ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ

ଗାଡି ଚଳାଇବା ସମୟରେ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବା ନିତାନ୍ତ ଜରୁରୀ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ନିୟମ ମାନୁ ନାହାନ୍ତି । ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଏବଂ ଇଲେକ୍ଟ୍ରି ଗାଡି ବା ଇଭି ବାଇକ ଚଲାଇବା ବେଳେ ହେଲମେଟ୍ ପିନ୍ଧିବା ଉଚିତ୍ । କିନ୍ତୁ ଇଭି ଚଳାଉଥିବା ଚାଳକ ବୀମା କରୁନାହାନ୍ତି କି ଗାଡି ଚଳାଇବା ବେଳେ ହେଲମେଟ୍ ପିନ୍ଧୁନାହାନ୍ତି । ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହା କହିଛନ୍ତି । ସେହିପରି ବୀମା କରିବା ମଧ୍ୟ ବାଧ୍ୟତାମୂଳକ ବୋଲି କୋର୍ଟ ରାୟରେ କହିଛନ୍ତି । ଯେଉଁମାନେ ଇଭି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଜରିମାନା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ଟ୍ରିକ୍ ମୋଟରସାଇକଲ୍ ଓ ସ୍କୁଟର ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଏହାକୁ ପୁଣିଥରେ ଆବେଦନ କରି ଲୋକମାନେ କୋର୍ଟ ର ସମୟ ନଷ୍ଚ କରୁଛନ୍ତି କୁହାଯାଇଛି ।   

author

Related Articles

Leave a Reply

Your email address will not be published. Required fields are marked *