ଦୀପାବଳିରେ ବିନା ୟୁନିଫର୍ମ ବୁଲିବେ ପୋଲିସ

ଦୀପାବଳିରେ ବିନା ୟୁନିଫର୍ମ ବୁଲିବେ ପୋଲିସ

ଦୀପାବଳି ପାଇଁ ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ। ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ। ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ସେହିପରି ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି । ପିସିଆର ସହ ଥାନା କର୍ମଚାରୀ ଗଳିକନ୍ଦିରେ କରିବେ ପାଟ୍ରୋଲିଂ। ରାତିରେ ସହରର ବିଭିନ୍ନ ସ୍ଥାନରେ କରାଯିବ ଚେକିଂ ବ୍ଲକିଂ ।ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠନ ହୋଇଛି ସ୍ପେଶାଲ ଟିମ୍। କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ପୋଲିସର ଆଲୋଚନା । ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ । ସମସ୍ତେ ଭଲରେ ଭଲରେ ଦୀପାବଳି ପାଳନ କରନ୍ତୁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ।

author

Related Articles

Leave a Reply

Your email address will not be published. Required fields are marked *