ଦୀର୍ଘ ଦେଢ ମାସ ପରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି

ଦୀର୍ଘ ଦେଢ ମାସ ପରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି


ଦୀର୍ଘ ଦେଢ ମାସ କାଳ ବନକଲାଗି ନୀତି ବନ୍ଦ ରହିବା ପରେ ଆଜି କରାଯିବ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗମଣ୍ଡପ ଠାରେ ଏହି ବନକଲାଗି ନୀତି ଅନୁଷ୍ଠିତ ହେବ । ଆଜି ବନକଲାଗି ହେବା ପାଇଁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଛି । ଆଜି ସନ୍ଧ୍ୟା ୫ଟାରୁ ରାତି ୯ଯାଏଁ ନବକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।

ରଥଯାତ୍ରର ନୀଳାଦ୍ରୀ ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ସେବାୟତ ମନ୍ଦିର ପ୍ରଶାସନ ମଧ୍ୟରେ ବାଦ ବିବାଦ ଦେଖିବାକୁ ମିଳିଥିଲା । ସପ୍ତାହର ବୁଧବାର ଗୁରୁବାର କୁ ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଲାଗୁଥିଲା ।ଯାହାର ଫଳସୂରୂପ ଦେଢମାସ ବିତି ଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଳମ୍ଭ ସୃଷ୍ଟି ହୋଇଥିଲା । ଦୀର୍ଘ ଦେଢ ମାସ ବନକଲାଗି ନୀତି ଅଟକି ରହିବା ପରେ ଆଜି ଏହି ନୀତି ସମ୍ପନ୍ନ ହେବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *