ଦୁଇ ଦିନଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଦୁଇ ଦିନଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଓଡିଶା ଆସି ଜନ୍ମମାଟି ମୟୂରଭଞ୍ଜ ଗସ୍ତ କରିବେ । ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଆସିବାର ସୂଚନା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ । ୨୦ ତାରିଖ ଦିନ ବାଦାମପାହାଡ ରେଲୱେ ରୁଟ୍ରେ ପ୍ରସ୍ତାବିତ ୩ ନୂତନ ଟ୍ରେନ୍ ଲୋକାର୍ପିତ କରିବେ ରାଷ୍ଟ୍ରପତି । ସେହି ଦିନ ଅନ୍ୟ ଏକ ଟ୍ରେନ୍ ଟାଟାରୁ ରାଉରକେଲାକୁ ଗଡ଼ିବ । ଏଥିପାଇଁ ବାଦାମପାହାଡ ରେଳଷ୍ଟେସନ୍ ସ୍ୱତନ୍ତ୍ର ଆୟୋଜନ କରାଯିବ । ସେଠାରେ ରାଷ୍ଟ୍ରପତି ୩ଟି ଟ୍ରେନ୍ର ଶୁଭାରମ୍ଭ କରିବେ । ଏହା ଦ୍ୱାରା ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକ ନବଚରଣ ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *