ଦୁଇ ବର୍ଷରେ ନକ୍ସଲ ମୁକ୍ତ ହେବ ଓଡିଶା

ଦୁଇ ବର୍ଷରେ ନକ୍ସଲ ମୁକ୍ତ ହେବ ଓଡିଶା

ମାଓ ଦମନ ପାଇଁ ବଡ ଯୋଜନା କରିଛି ବିଏସଏଫ । ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ଓଡିଶା । ରାଜ୍ୟର ବିଭିନ୍ନ ମାଓପ୍ରବଣ ଜିଲ୍ଲାରେ ନିର୍ମାଣ ହେବ ଅଧିକରୁ ଅଧିକ ବିଏସଏଫ କ୍ୟାମ୍ପ । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ୪୫ କିଲୋମିଟର ମଧ୍ୟରେ ବଡ଼ାପାଜୁ ଅଂଚଳରେ ଗୋଟିଏ କ୍ୟାମ୍ପ ଥିବା ବେଳେ ଏବେ ଆହୁରି ଏକ କ୍ୟାମ୍ପ ନିର୍ମାଣ କରାଯିବ । ୨୦୧୦ରୁ ୨୦୨୪ ମଧ୍ୟରେ ବିଏସଏଫ ଯବାନ ୬୫ ଜଣ ନକ୍ସଲଙ୍କୁ ନିପାତ କରିଥିବା ବେଳେ ୭୯୩ ଜଣଙ୍କୁ ଗିରଫ କରାଯାଇଛି । ୬୬୨ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ମୋଟ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *