ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !

ଦୁଇ ମୋହନଙ୍କ ପାଇଁ  ଭାଙ୍ଗିବ ବିଜେପି !

ନିଜ ଦଳ ଉପରେ ରାଗ ରଖିଲେଣି ବିଜେପି ନେତା-କର୍ମୀ । ଅନ୍ଧାରରେ ନେତାଙ୍କ କ୍ୟାରିୟର, ଦୁଇ ମୋହନଙ୍କ ପାଇଁ ଭାଙ୍ଗିଯିବ ବିଜେପି । ହଁ ଆଜ୍ଞା, ଏପରି କିଛି ଚର୍ଚ୍ଚା ଏବେ ଜୋରସୋରରେ ଚାଲିଛି । ଦୀର୍ଘ 24 ବର୍ଷ ସଂଘର୍ଷ କରିବା ପରେ, ବିଜେପି ସହିତ ବର୍ଷ ବର୍ଷ ଧରି ରହିବା ପରେ ବି ଏବଂ 20 ମାସ ହେବା ସରକାରକୁ ଆସିବା ପରେ ବିଜେପି ସହିତ ଛିଡା ହୋଇଥିବା ନେତା ଏବଂ କର୍ମୀ କଣ ପାଇଲେ ସେନେଇ ଦଳରେ ହିଁ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । ଆଉ କିଛି ମାସ ପରେ ରାଜ୍ୟରେ ବିଜେପି ଶାସନ କରିବାର 2 ବର୍ଷ ପୂରଣ ହେବାକୁ ଯାଉଛି। କିନ୍ତୁ ଏବେ ବି ଅଧାଅଧୁରା ସରକାର ଚାଲିଛି । ନେତା କର୍ମୀ ଏବେ ବି ଅସଜଡା ରହିଛନ୍ତି । ଆଉ ଏହାକୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି।

ତେବେ ଓଡ଼ିଶା ରାଜନୀତିର ଇତିହାସରେ ପ୍ରଥମ ଥର ପାଇଁ ସରକାର ଗଢାହେବାର 20 ମାସ ପରେ ବି ମନ୍ତ୍ରୀ ମଣ୍ଡଳ ସମ୍ପୂର୍ଣ୍ଣ ହୋଇପାରିନି । ନା ନିଗମ ବୋର୍ଡ ଅଧ୍ୟକ୍ଷ ପଦ ପୂରଣ ହୋଇପାରୁଛି । ଏପରିକି ସରକାରୀ ଓକିଲ ମଧ୍ୟ ନିଯୁକ୍ତ ହୋଇପାରିନାହାନ୍ତି । ବର୍ଷ ବର୍ଷ ଧରି ବିଜେପି ସହିତ ଥିବା ନେତାକର୍ମୀଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳୁନି । କେବଳ ଏତିକି ନୁହେଁ, ବିଭିନ୍ନ ଲୋଭ ଦେଖାଇ ଏଦଳରୁ ସେଦଳରୁ ନିଜ ଦଳକୁ ଆଣିଥିବା ନେତା କର୍ମୀଙ୍କୁ ବି ଥଇଥାନ କରିପାରୁନି ଦଳ । ଯାହାକୁ ନେଇ ସରକାର ଏବେ ବି ଅପରିପକ୍ବ ଥିବା , କିପରି ଶାସନ କରାଯାଏ ସେ ସିଷ୍ଟମ ଜାଣିନଥିବା ଏବଂ ନିଜ ମନଇଚ୍ଛା ଶାସନ କରୁଥିବା ସ୍ପଷ୍ଟ ହେଉଛି। କିନ୍ତୁ ଏଥିପାଇଁ ଯେ, ଦଳରେ ବିଦ୍ରୋହର ବହ୍ନି ତୀବ୍ର ହେଲାଣି ତାହା ଦଳର ଶୀର୍ଷ ନେତୃତ୍ବଙ୍କୁ ଦେଖାଯାଉନି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀଙ୍କ ଖାମଖିଆଲ ନୀତି ପାଇଁ ହିଁ ବିଜେପିରେ ଫାଟ ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ ପାଉଛି ।

ତେବେ କେବଳ ନେତାମନ୍ତ୍ରୀ ନୁହଁନ୍ତି, ବିଜେପି ହଁରେ ହଁ ମିଶାଉଥିବା ଏବିଭିପି ବି ବିଜେପିକୁ ପ୍ରଶ୍ନ କରିବା ଆରମ୍ଭ କରିସାରିଲେଣି । ନା କାମ ମିଳୁଛି ନା ଚାକିରୀ । ଆଉ ଏସବୁ ନେଇ ଶାସକ ଦଳରେ ହିଁ ବିଦ୍ରୋହ ଚାଲିଛି । ତେବେ କେବଳ ଯେ, ଶାସକ ଦଳର ନେତା କର୍ମୀ ଦଳରୁ କଣ ପାଇଲେ କଣ ନାହିଁ ତାହା ନୁହେଁ, ସାଧାରଣ ଜନତା ମଧ୍ୟ ଡବଲ ଇଞ୍ଜିନ ସରକାରକୁ ଜିତାଇ କେଉଁ ସୁବିଧା ସୁଯୋଗ ଡବଲ ପାଇଲେ ତାକୁ ନେଇ ପ୍ରଶ୍ନ କରାଯାଉଛି। ସବୁଥିରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାବାସୀ ବିଜେପି ପାଇଁ ହୀନସ୍ତା ହେଉଥିବା ବେଳେ ବିଜେପିର ନେତାକର୍ମୀ ମଧ୍ୟ ଏଥିରେ ସାମିଲ ଥିବା ସେଥିରେ ସନ୍ଦେହ ନାହିଁ ।

administrator

Related Articles

Leave a Reply

Your email address will not be published. Required fields are marked *