ଦୁର୍ଘଟଣାରେ ଶିକାର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣାରେ ଶିକାର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣାରେ ଶିକାର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର୍ଦ୍ଧମାନରୁ କୋଲକାତା ଫେରୁଥିବା ବେଳେ ତାଙ୍କ ଗାଡି ଦୁର୍ଘଟଣାରେ ଶିକାର ହୋଇଛି । କୁହୁଡି କାରଣରୁ ଚାଳକ ହଠାତ୍ ବ୍ରେକ୍ ମାରିବାରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି । କୁହାଯାଉଛି କି, ମମତାଙ୍କ ଗାଡି ସାମ୍ନାକୁ ହଠାତ ଅନ୍ୟ ଏକ ଗାଡଇ ଆସିଯିବାରୁ ଚାଳକ ବ୍ରେକ୍ ମାରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଦ୍ଧମାନର ଏକ ସାବଜନୀକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ପ୍ରଥମେ ସେ ହେଲିକପ୍ଟରରେ ଫେରିବେ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ପାଗ ଖରାପ କାରଣରୁ ତାଙ୍କୁ କାରରେ ଆସିବାକୁ ପଡିଥିଲା । ହେଲେ ଫେରିବା ବେଳେ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି ।

author

Related Articles

Leave a Reply

Your email address will not be published. Required fields are marked *