ଦୁର୍ଘଟଣା ପରେ କ୍ଲିୟର ହେଲା ଲାଇନ ଗଡିଲା ଟ୍ରେନ

ଦୁର୍ଘଟଣା ପରେ କ୍ଲିୟର ହେଲା ଲାଇନ ଗଡିଲା ଟ୍ରେନ

ଓଡିଶା ସୀମାନ୍ତରେ ଘଟିଥିଲା ରେଳ ଦୁର୍ଘଟଣା । ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛ ପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା ଫଳରେ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ୨୪ ଘଣ୍ଟା ପୂର୍ବରୁ ପୁଣି ଟ୍ରାକରେ ଚାଲିଲା ଟ୍ରେନ୍ ।ପ୍ରଥମେ ଏକ ମାଲବାହୀ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚାଲିଛି । ଏହା ଆଲମଣ୍ଡା ଷ୍ଟେସନ୍ ଦେଇ ଗତି କରିବା ପରେ ପ୍ରଶାନ୍ତି ଏକ୍ସପ୍ରେସ୍ ମଧ୍ୟ ଚାଲିଛି ।ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଚିକିିତ୍ସିତ ହେଉଛନ୍ତି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏହି ଦୁର୍ଘଟଣା ପରେ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ଡରୁଥିବାରୁ ଟିକେଟ୍ ଟଙ୍କା ଫେରାଇନେବାକୁ ଷ୍ଟେସନ ଟିକେଟ୍ କାଉଣ୍ଟରରେ ଭିଡ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *