ଦୁର୍ଘଟଣା ରୋକିବ ବିଶ୍ରାମ

ଦୁର୍ଘଟଣା ରୋକିବ ବିଶ୍ରାମ

ପ୍ରଥମେ ବିଶ୍ରାମ ନେବେ ତା ପରେ ଗାଡି ଚଳାଇବେ । ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ରୁ ୧୦ ମିନିଟ୍ ବିଶ୍ରାମ ନେବାକୁ ଚାଳକଙ୍କୁ ପରାମର୍ଶ ଦେଇଛି ରାଜ୍ୟ ପରିବହନ ବିଭାଗ । ପ୍ରତିବର୍ଷ ରାଜ୍ୟରେ ଦୁର୍ଘଟଣା ନେଉଛି ପାଖାପାଖି ୨ ହଜାର ଜୀବନ । ଏହାକୁ ରୋକିବାକୁ ଯାଇ ଏଭଳି ଏକ ପରାମର୍ଶ ଜାରି କରାଯାଇଛି । ପ୍ରତି ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ରୁ ୧୦ ମିନିଟ୍ ବିଶ୍ରାମ ନେବା, ମୁହଁକୁ ଭଲ ଭାବେ ଧୋଇ ନେବା ଓ ଆବଶ୍ୟକ ପଡିଲେ ଚା ପିଇ କିଛି ସମୟ ଚଲାବୁଲା କରିବା ପରେ ପୁଣି ଗାଡ଼ି ଚଳାଇବାକୁ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *