ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା

ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା

ସରକାରଙ୍କ କୈାଣସି ଯୋଜନା ହେଉ ବା ସୁବିଧା ସୁଯୋଗ ଯୋଗାଇବା। ଏହାକୁ ଯଦି ସାଧାରଣ ଜନତାଙ୍କ ନିକଟରେ ସଂପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ଦ୍ବାରା ପହଞ୍ଚାଇବା ସହ ପ୍ରମୁଖ ବିଷୟକୁ ଯଦି ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମ ପକ୍ଷରୁ ଆହୁରୀ ବ୍ୟାପକ ସଚେତନତା ହୋଇପାରିବ ତେବେ ଏହା ଦୁର୍ନୀତି ରୋକିବାରେ ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଛି। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ପ୍ରେସ କ୍ଳବ୍ ପରିସରରେ ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣ ବିବେକ ଏମ୍। ପ୍ରେସ କ୍ଳବ୍ ର ସଭାପତି ଅଶୋକ କୁମାର ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ସମ୍ମାନୀତ ଅତିଥି ଭାବରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧିକ୍ଷକ ଗଣେଷ ପ୍ରଧାନ ଯୋଗ ଦେଇ ଦୁର୍ନୀତି ରୋକିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିବା ସହିତ କୈାଣସି ସ୍ଥାନରେ ଦୁର୍ନୀତି ହେଉଥିବା ବିଷୟକୁ ଅତ୍ୟନ୍ତ ଗୋପନୀୟତା ସହିତ ବିଭାଗର ଅବଗତ କରାଇବାକୁ ଆହ୍ବାନ କରିଥିଲେ। ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର ଓ ବ୍ରହ୍ମପୁର ପୋଲିସର ସହଯୋଗିତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପ୍ରେସ କ୍ଳବ୍ ବ୍ରହ୍ମପୁରର ସଂପାଦକ ପ୍ରହଲ୍ଲାଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଦୁର୍ନୀତି ନିବାରଣ ସପ୍ତାହର ଶପଥ ପାଠ କରାଇଥିବା ବେଳେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍.ଏମ୍.ଆଇ.ଟି ର ନିର୍ଦ୍ଦେଶକ ସୋନାଲି ଗନ୍ତାୟତ,ପ୍ରେସ କ୍ଳବ୍ ର ଉପସଭାପତି ଅଭୟ କୁମାର ପାଢୀ,ସହ ସମ୍ପାଦକ ଡି.ଗୋପାଳକୃଷ୍ଣ ରେଡି, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ।

author

Related Articles

Leave a Reply

Your email address will not be published. Required fields are marked *