ପାଖେଇ ଆସୁଛି ଦୁର୍ଗାପୂଜା । ପଲ୍ଲୀରୁ ସହର ସବୁଠି ଧୁମ୍ ଧାମରେ ପାଳନ ହେବ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ସହ ଭଳିକି ଭଳି ମେଢ଼ । କାରିଗରମାନେ ବିଭିନ୍ନ ଢ଼ଙ୍ଗର ମା’ଙ୍କ ମୂର୍ତ୍ତି ଗଢ଼ିବାରେ ଲାଗି ପଡ଼ିଲେଣି।ଆଗକୁ ମା’ଙ୍କ ପୂଜା ଥିବାରୁ ଗଜପତି ଜିଲ୍ଲା ମୋହନା ନିଳକଣ୍ଠେଶ୍ଵର ବଣିକ ସଂଘ ପକ୍ଷରୁ ପୂର୍ବ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବାଦ୍ୟ ବାଜଣା ସହ ସ୍ଥାନୀୟ ମାଣିକେଶ୍ଵରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସେଠାରୁ ଫେରି ଶୁଭଦିନରେ ଯଥା ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଣିକ ସଂଘର କମିଟି ବୃନ୍ଦ ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
