ଦୂଷିତ ପାଣି ପିଇ ହଇଜାରେ 10 ପରିବାର…

ଦୂଷିତ ପାଣି ପିଇ ହଇଜାରେ 10 ପରିବାର…

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତର ଦଦରାଖୋଲ ଗ୍ରାମରେ ବ୍ୟାପିଲା ହଇଜା, ଏହିଗ୍ରାମର 10 ପରିବାରର 18 ଜଣ ହଇଜା ରେ ଆକ୍ରାନ୍ତ ହୋଇ ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବାବେଳେ 2ଜଣ ବ୍ରହ୍ମପୁର କୁ ସ୍ଥାନାନ୍ତରିତ ହୋଇଛନ୍ତି, ବ୍ରହ୍ମପୁର ମେଡିକାଲ ଟିମ ଏବଂ ବୁଗୁଡା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଗ୍ରାମରେ ପହଞ୍ଚି ଗ୍ରାମର ସ୍ଥିତି ଅନୁଧ୍ୟାନ କରିଥିଲେ, ସୂଚନା ଅନୁସାରେ ଏହିଗ୍ରାମର ଲୋକେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବାବେଳେ କିଛି ଲୋକ ଗାଁ ଶେଷରେ ଥିବା କୂଅ ଉପରେ ନିର୍ଭର କରନ୍ତି, କିନ୍ତୁ ଲଗାଣ ବର୍ଷା ରେ ବର୍ଷା ପାଣି ଡ୍ରେନ ରେ ନଯାଇ କୂଅ ରେ ପଶିଯାଇଥିଲା ସେହି ଦୂଷିତ ପାଣିକୁ ଲୋକେ ବ୍ୟବହାର କରି ହଇଜାରେ ଆକ୍ରାନ୍ତ ହୋଇଛନ୍ତି, ସ୍ୱାସ୍ଥ୍ୟ ବିଭାଗ ସେହି କୂଅ ର ଜଳ ନମୁନା ସଂଗ୍ରହ କରି ଲୋକ ମାନଙ୍କୁ ସଚେତନ କରାଇଛି, ଏହି ଅଞ୍ଚଳର ଜଳାଶୟ ଗୁଡିକ ଅଳିଆ ଆବର୍ଜନା ରେ ଭରି ରହିଥିବାରୁ ଜଳ ଓ ପରିମଳ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହାର ପ୍ରତିକାର କରିବା ଆବଶ୍ୟକତା ରହିଛି.

author

Related Articles

Leave a Reply

Your email address will not be published. Required fields are marked *