ଦେଶବାସୀଙ୍କୁ ସମ୍ବୋଧନ କଲେ ଇମ୍ରାନ ଖାନ୍

ଦେଶବାସୀଙ୍କୁ ସମ୍ବୋଧନ କଲେ ଇମ୍ରାନ ଖାନ୍

ଇସଲାମାବାଦ:

ଦେଶବାସୀଙ୍କୁ ସମ୍ବୋଧନ କଲେ ଇମ୍ରାନ ଖାନ୍
ପାକିସ୍ତାନର ଗଣତନ୍ତ୍ର ଅସୁରକ୍ଷିତ । ସୁପ୍ରିମକୋର୍ଟଙ୍କୁ ଅପିଲ କଲେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସୁପ୍ରିମକୋର୍ଟ ଚାହିଁଲେ ଦେଶର ସ୍ଥିତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ ବେଳେ ଭାବବିହ୍ବଳ ହୋଇ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ଦେଶରେ ଆଉ ଆଇନ କାନୁନ ର ବ୍ୟବସ୍ଥା ନାହିଁ । ବିଚାରପତ୍ତି ମାନେ ଏକ ହୋଇ ଦେଶର ମଙ୍ଗଳ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦିଅନ୍ତୁ । ଦେଶବାସୀ ଆପଣଙ୍କ ଅପେକ୍ଷାରେ ଅଛନ୍ତି ବୋଲି ଇମ୍ରାନ କହିଛନ୍ତି ।

ଆସନ୍ତା ଅକ୍ଟୋବର ସୁଦ୍ଧା ପିଟିଆଇକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିଦେବା ପାଇଁ ସେହେବାଜ ସରକାର ପ୍ରୟାସ କରୁଛନ୍ତି । ଇମ୍ରାନ ଏକ କମିଟି ଗଠନ କରିବେ । ଇମ୍ରାନଙ୍କୁ ବାଦ ଦେଇ ପାକିସ୍ତାନରେ ଭଲ ସରକାର ଗଠନ କରିହେବ କି ନାହିଁ, ଦ୍ବିତୀୟରେ ପାକିସ୍ତାନ ରାଜନୀତିରେ ଇମ୍ରାନ ରହିବେ କି ନାହିଁ । ଏହି କମିଟି ଲୋକଙ୍କଠୁ ଉତ୍ତର ପାଇବା ପରେ ଆସନ୍ତା ଅକ୍ଟୋବରରେ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେବ ଇମ୍ରାନ ଖାନ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *