ଦେଶରେ କମିଛି ଦାରିଦ୍ର୍ଯ ହାର

ଦେଶରେ କମିଛି ଦାରିଦ୍ର୍ଯ ହାର

ଦେଶରେ କମୁଛି ଦାରିଦ୍ର୍ଯ ହାର । ୫ ପ୍ରତିଶତ ତଳେ ରହିଛି ଏହି ହାର । ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟର୍ରୁ ଏହା ଜଣାପଡିଛି । ଏହି ରିପୋର୍ଟ ଦେଶରୁ ଦାରିଦ୍ର୍ଯ ଦୂରୀକରଣ ଦିଗରେ ଏକ ଭଲ ଖବର ସାମ୍ନାକୁ ଆଣିଛି । ନିତି ଆୟୋଗ ଦ୍ୱାରା ଘରୋଇ ଉପଭୋକ୍ତା ବ୍ୟୟ ସର୍ବେର୍କ୍ଷଣ ହୋଇଥିଲା । ଯେଉଁଥିରୁ ଜଣାପଡିଛି ଯେ ଉଭୟ ଗାଁ ଏବଂ ସହରରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି । ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ଯ୍ୟାଳୟ ବା ଏନଏସଏସଓ ଦ୍ୱାରା ଶନିବାର ବିଳମ୍ବିତ ରାତିରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ପ୍ରତି ବ୍ୟକ୍ତିର ମାସିକ ଘରୋଇ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ଦୁଇ ଗୁଣା ଅଧିକ ହୋଇଛି । ଯାହା ଦେଶର ସମୃଦ୍ଧି ସ୍ତରକୁ ଦର୍ଶାଇଛି ବୋଲି କୁହାଯାଇଛି । ଦେଶର ଉଭୟ ଗ୍ରାମୀଣ ଓ ସହରାଂଚଳ ପରିବାରର ମୋଟ ଖର୍ଚ୍ଚରେ ଖାଦ୍ୟଶସ୍ୟ ଓ ଖାଦ୍ୟ ବ୍ୟବହାରର ଅଂଶରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଏନଏସଏସଓ ସର୍ଭେରୁ ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *