ଦେଶର ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ

ଦେଶର ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ

କୌଣସି କ୍ଷେତ୍ରରେ ମହିଳା ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । ଏହି କଥାକୁ ବିଏସ୍ଏଫ୍ର ମହିଳା ଏସ୍ଆଇ ସୁମନ କୁମାରୀ ପ୍ରମାଣିତ କରିଛନ୍ତି। ସୀମା ସୁରକ୍ଷା ବଳରେ ପ୍ରଥମ ମହିଳା ସ୍ନାଇପର ଭାବେ ସେ ‘ପ୍ରଶିକ୍ଷକ ବର୍ଗ’କୁ ଉନ୍ନୀତ ହୋଇଛନ୍ତି। ନିକଟରେ ଇନ୍ଦୋରର ‘ସେଣ୍ଟ୍ରାଲ୍ ସ୍କୁଲ ଅଫ୍ ୱିପନ୍ସ ଆଣ୍ଡ ଟାକ୍ଟିସ୍’ରେ ୮ ସପ୍ତାହ ଧରି ସ୍ନାଇପର ପ୍ରଶିକ୍ଷଣ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ୫୬ଜଣ ବିଏସ୍ଏଫ୍ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁମନ କୁମାରୀ ଏକମାତ୍ର ମହିଳା ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହି କଷ୍ଟସାଧ୍ୟ ପ୍ରଶିକ୍ଷଣରେ ସୁମନ ନିଜର ପାରଦର୍ଶିତା ଦେଖାଇ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଏହାନୁହେଁ ଲକ୍ଷ୍ୟଭେଦରେ ନିଜର କେତେକ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଜନ୍ମିତ ସୁମନ କୁମାରୀ ୨୦୨୧ରେ ବିଏସ୍ଏଫ୍ରେ ଯୋଗ ଦେଇଥିଲେ। ତାଙ୍କ ପିତା ଜଣେ ଇଲେକ୍ଟ୍ରିସିଆନ୍ ଓ ମା’ ଘରକାମ କରନ୍ତି।

author

Related Articles

Leave a Reply

Your email address will not be published. Required fields are marked *