ଆଜି ମହିଳା ଦିବସ ଅବସରରେ ମହିଳା ମାନଙ୍କ ପାଇଁ ଖୁସି ଖବର ଆଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଘରୋଇ ଏଲପିଜି ରନ୍ଧନ ଗ୍ୟାସର ଦରକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏକ୍ସରେ ପୋଷ୍ଟ କରିବା ସମୟରେ ନିଜେ ପିଏମ ମୋଦି ଏ ନେଇ ସୂଚନା ଦେଇଛନ୍ତି ।ଆଜି ମହିଳା ଦିବସ ଅବସରରେ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ମହିଳାଙ୍କ ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ ।
You can share this post!
author