ଦେଶ ପାଳୁଛି ଗାନ୍ଧୀଜୟନ୍ତି

ଦେଶ ପାଳୁଛି ଗାନ୍ଧୀଜୟନ୍ତି
22nd September 1946: Indian thinker and nationalist leader Mahatma Gandhi (Mohandas Karamchand Gandhi, 1869 – 1948) at his residence at Delhi on his 78th birthday. (Photo by Fox Photos/Getty Images)

ଆଜି ଜାତିର ପିତା ମହାନ ଜନନାୟକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ଜନ୍ମଦିନ । ଗାନ୍ଦିଜୀଙ୍କୁ ଶ୍ରଦ୍ଧାରେ ବାପୁଜୀ ବୋଲି କହନ୍ତି । ଭାରତ ସ୍ୱାଧିନତା ସମୟରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଥିଲା ଅତୁଳନୀୟ । ଅକ୍ଟୋବର ୨କଥା ମନକୁ ଆସିଲେ ଜଣଙ୍କ କଥା ମନେ ପଡିଯାଏ ସେ ହେଉଛନ୍ତି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ଜଣେ ମହାନ ଜନନାୟକ, ଆର୍ଦଶ, ଏକ ବିପ୍ଲବ, ଏକ ଚେତନା । ଅହିଂସା ମଧ୍ୟରେ ଆନ୍ଦୋଳନ କରି ଭାରତକୁ ବିଟ୍ରିଶଙ୍କ କବଳରୁ ମୁକ୍ତି କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ୱରେ ହଜାର ହଜାର ନରନାରୀ ସ୍ୱାଧିନତା ପାଇଁ ନିଜକୁ ଉତ୍ସଗୀକୃତ କରିଥିଲେ । ତାଙ୍କ ନୀତି ଆର୍ଦଶରେ କେବଳ ଦେଶବାସୀ ନୁହେଁ ସାରା ବିଶ୍ୱବାସୀ ଅନୁପ୍ରାଣିତ । ତେବେ ଗୁଜୁରାଟର ପୋର ବନ୍ଦରରେ ଜନ୍ମଗହଣ କରିଥିବା ଗାନ୍ଧି ଦିନେ ସାରା ପୃଥିବୀ ପାଇଁ ଉଦାହରଣ ସାଜିଥିଲେ । ଗାନ୍ଧୀ ଙ୍କ ଆନ୍ଦୋଳନ କଥା ତ ଆମେ ଜାଣିଥିବା ତେବେ ଆସନ୍ତୁ ଜାଣିବା ଓଡିଶାର ଗାନ୍ଧି । ଗାନ୍ଧିଜୀ ଓଡିଶାକୁ ୮ଥର ଆସିଛନ୍ତି । ସେହି ଦିନର ସ୍ମୃତି ଆଜି ବି ଓଡିଶାବାସୀଙ୍କ ମନରେ ଜୀବିତ ହୋଇ ରହିଛି । ସେଇ ମହାନ ସଂଗ୍ରାମୀ, ଚିନ୍ତାନାୟକ, ଜାତିର ପିତାଙ୍କର ଆଜି ହେଉଛି ପୁଣ୍ୟ ଜନ୍ମତିଥି । ତାଙ୍କ ପୁଣ୍ୟ ଜନ୍ମତିଥିରେ ସାରା ଭାରତରେ ଏକ ଉତ୍ସବ ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *