ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ପ୍ରଚାର

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ପ୍ରଚାର

ଆଉ ଦିନକ ପରେ ରାଜ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୁନ୍ଦରଗଡ଼ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବାର କାର‌୍ୟ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ବଲିଉଡ୍ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ ଆଜି ଅନୁଗୁଳ ପାଲଲହଡ଼ା ଓ ଦେବଗଡ଼ରେ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ , ସଙ୍ଗୀତା ସିଂହଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି। ଏହି ଦିନ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍ ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ।

author

Related Articles

Leave a Reply

Your email address will not be published. Required fields are marked *