ଦ୍ୱିତୀୟ ବିବାହ କରିବେ ଅନୁଭବ ମହାନ୍ତି !

 ବହୁ ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାର ଆସିଲା କ୍ଲାଇମାକ୍ସ । ଦୁହିଁଙ୍କ ବିବାହ ବିଚ୍ଛେଦକୁ ମିଳିଲା ସବୁଜ ସଙ୍କେତ । ଅନୁଭବଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ଗତ କିଛି ବର୍ଷ ହେବ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ବିବାହ ବିଚ୍ଛେଦ ମାମଲା ଲାଗି ରହିଥିଲା । ଯାହାକୁ ନେଇ ପଡିଛି ପୂର୍ଣ୍ଣଚ୍ଛେଦ । ହାଇକୋର୍ଟ ଗୁରୁବାର ପରିବାର ଅଦାଲତର ରାୟକୁ ଖାରଜ କରିବା ସହ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ଚର୍ଚ୍ଚା ହେଉଛି କି ଅନୁଭବଙ୍କ ବାପାଙ୍କ ଦେହ ସୁସ୍ଥ ହେବା ପରେ  ଦ୍ୱିତୀୟ ବିବାହ କରିବେ ଏଭଳି ବୟାନ କୁଆଡେ ରଖିଛନ୍ତି ଅନୁଭବ ମହାନ୍ତି । ତେବେ ଏପରି ପରିସ୍ଥିତିରେ କଣ ହେବ ବର୍ଷାଙ୍କ ନିଷ୍ପତ୍ତି, ପୁଣିଥରେ ହାଇକୋର୍ଟର ଦ୍ୱାରସ୍ଥ ହେବେ ନା ଅନ୍ୟ କିଛି ପନ୍ଥା ଆପଣାଇବେ ତାହା ଦେଖିବାକୁ ବାକି ?

author

Related Articles

Leave a Reply

Your email address will not be published. Required fields are marked *