‘ଦ କେରଳ ଷ୍ଟୋରି’ ପରେ ଅଦାଙ୍କୁ ମିଳିଲା ବଡ ପ୍ରୋଜେକ୍ଟ

‘ଦ କେରଳ ଷ୍ଟୋରି’ ପରେ ଅଦାଙ୍କୁ ମିଳିଲା ବଡ ପ୍ରୋଜେକ୍ଟ

‘ଦ କେରଳ ଷ୍ଟୋରି’ ରିଲିଜ ହେବ ଦିନଠାରୁ ବିବାଦ ଥମିବାର ନାଁ ନେଉନି | ବିବାଦ ଭିତରେ ଏହି ଫିଲ୍ମି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଚାଲିଛି | ଏହାକୁ ଦର୍ଶକଙ୍କୁ ଭରପୂର ସମର୍ଥନ ମିଳିଛି | ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମି ସିନେମା ହଲରେ ଏବେ ରେକର୍ଡ କରିବା ପଥରେ ଅଗ୍ରସର ହେଉଛି | ଏଥିରେ ‘ଶାଲିନି’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି | ତେବେ ‘ଦ କେରଳ ଷ୍ଟୋରି’ର ସଫଳତାକୁ ଆଖିଆଗରେ ରଖି ଅଦାଙ୍କୁ ଏବେ ଏକ ବଡ ପ୍ରୋଜେକ୍ଟରୁ ଅଫର ଆସିଛି |

‘ଦ ଗେମ ଅଫ ଗିରିଗିଟ’ରେ ଏବେ ସେ ଦେଖାଯିବେ | ନିକଟରେ ଫିଲ୍ମିର ନିର୍ମାତା ଏହି ବିଷୟରେ ଘୋଷଣା କରିଛନ୍ତି | ଏଥିରେ ଅଦାଙ୍କ ବିପକ୍ଷରେ ଅଭିନୟ କରିବେ ଶ୍ରେୟସ ତଲପଡେ | ଏଥିରେ ଅଦା ପୁଲିସ ଅଫିସର ଭୂମିକାରେ ଅଭିନୟ କରିବେ | ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ‘ହେଟ ଷ୍ଟୋରି-୨’ ଫେଂ ବିଶ୍ୱାଳ ପାଣ୍ଡ୍ୟା | ‘ଦ ଗେମ ଅଫ ଗିରିଗିଟ’ ବ୍ଲୁ ହ୍ୱେଲ୍ ଗେମ ଉପରେ ଆଧାରିତ | ଏହି ଅନଲାଇନ ଗେମ ଏକଦା ଯୁବପିଢିଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିଲା | ଏଥିଯୋଗୁଁ କିଛି ଜଣ ଆତ୍ମହତ୍ୟା ମଧ୍ୟ କରିଥିଲେ | ତେବେ ଫିଲ୍ମୀକୁ ନେଇ ଅଦା କୁହନ୍ତି,’ପୁଲିସ ଅଫିସର ଭୂମିକାଏ ଅଭିନୟ କରିବା ପାଇଁ ମୁଁ ବେଶ ଉତ୍ସାହିତ ଅଛି | ଏହାପୂର୍ବରୁ ‘କମାଣ୍ଡୋ’ରେ ବି ମୁଁ ପୁଲିସ ଭୂମିକାରେ ଅଭିନୟ କରିଛି’ |

author

Related Articles

Leave a Reply

Your email address will not be published. Required fields are marked *