ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରାସ । ଦୀପାବଳି ପୂର୍ବରୁ ପାଳିତ ହେଉଥିବା ଏହି ପର୍ବକୁ ବେଶ ଶୁଭ ବୋଲି କୁହାଯାଇଥାଏ । ବିଶ୍ୱାସ ରହିଛି ଏହିଦିନ ବା ଧନତେରାସରେ ଘରକୁ ସୁନା କିଣିଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଯେଉଁଥିପାଇଁ ସୁନା ଦୋକାନରେ ଲୋକଙ୍କ ଭିଡ ଜମିଛି । ଧନତେରାସ ପାଇଁ ଆକର୍ଷଣୀୟ ଅଫର ସାଙ୍ଗକୁ ନୂଆ ନୂଆ ଡିଜାଇନର ଗହଣା ମଧ୍ୟ ରହିଛି । ଯଦିଓ ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ସୁନା ରେଟ ଅଧିକା ରହିଛି ଏବଂ ପାଖାପାଖି 17 ହଜାର ଟଙ୍କା ମହଙ୍ଗା ହୋଇଛି ସୁନା ଦର କିନ୍ତୁ ଯେହେତୁ ଧନତେରାସରେ ସୁନା କିଣିବାର ପରମ୍ଫରା ରହିଛି ଏବଂ ଆଗକୁ ବାହାଘର ସିଜିନ ମଧ୍ୟ ଆରମ୍ଭ ହୋଇଯାଇଛି ତେଣୁ ସୁନା କିଣିବା ପାଇଁ ମଧ୍ୟ ଲୋକମାନଙ୍କର ଗହଳି ଜମିଛି ।
You can share this post!
author