‘ଧମାଲ-୪’ରେ ଅଜୟ

‘ଧମାଲ-୪’ରେ ଅଜୟ

ଭୁବନେଶ୍ୱର:

‘ଧମାଲ’ ବଲିଉଡର ଏକ ସୁପରଡୁପର ହିଟ ଫିଲ୍ମି | ‘ଧମାଲ’ ଫ୍ରାଞ୍ଚାଇଜର ତିନୋଟି ଫିଲ୍ମି ହେଉଛି ‘ଧମାଲ’, ‘ଡବଲ ଧମାଲ’ ଏବଂ ‘ଟୋଟାଲ ଧମାଲ’ | ‘ଧମାଲ’ ଫ୍ରାଞ୍ଚାଇଜର ଶେଷ ଫିଲ୍ମି ବକ୍ସ ଅଫିସରୁ ୧୫୦କୋଟି ଆୟ କରିଥିଲା | ଏବେ ଏହି ସିରିଜରୁ ଚତୁର୍ଥ ଫିଲ୍ମିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ନିକଟରେ ଏହାର ନିର୍ଦ୍ଦେଶକ ଇନ୍ଦ୍ର କୁମାର, ଅଜୟ ଦେବଗନଙ୍କ ସହ ‘ଧମାଲ-୪’ ନେଇ ଆସୁଛନ୍ତି ବୋଲି ଘୋଷଣା କରିଛନ୍ତି | ଏବେ ଏହାର କାହାଣୀ ଲେଖା ଶେଷ ପର୍ଯାୟରେ ପହଞ୍ଚିଛି | ଯଦି ସବୁକିଛି ଠିକଠାକ ରୁହେ, ତେବେ ‘ଧମାଲ’ ଚଳିତବର୍ଷ ଶେଷ ଆଡକୁ କିମ୍ବା ୨୦୨୪ ଆରମ୍ଭରେ ମୁକ୍ତିଲାଭ କରିପାରେ | ଚତୁର୍ଥ ଥର ପାଇଁ ଇନ୍ଦ୍ର କୁମାର ଓ ଅଜୟ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି | ଏହାପୂର୍ବରୁ ଏହି ଯୋଡି ‘ଇସ୍କ’, ‘ମସ୍ତି’, ‘ଟୋଟାଲ ଧମାଲ’ ଓ ‘ଥ୍ୟାଙ୍କ ଗଡ଼’ରେ ଏକାଠି କାମ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *