ଧରାକୋଟ ଓ ଆସିକା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନ

ଧରାକୋଟ ଓ ଆସିକା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନ

ଦିନକୁ ଦିନ ଓଡ଼ିଶାରେ ବଢ଼ିଚାଲିଛି ସାଇବର କ୍ରାଇମ । ସାଇବର କ୍ରାଇମ୍ କୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆ ଯାଉଥିବା ବେଳେ ସାଇବର କ୍ରାଇମ୍ କୁ ନେଇ ସବୁ ବର୍ଗର ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଗଞ୍ଜାମ ଜିଲ୍ଲା ଧରାକୋଟ ଓ ଆସିକା ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ପୁଥକ୍ ପୁଥକ ଭାବେ ଦୁଇଟି ସ୍ଥାନରେ ସାଇବର ସୁରକ୍ଷା ସଚେତନ କାର‌୍ୟ୍ୟକ୍ରମ କରାଯାଇଛି । ଧରାକୋଟ ପୋଲିସ ପକ୍ଷରୁ ଧରାକୋଟ ମିନି ଷ୍ଟାଡିୟମରେ ଆସିକା ହରିହର ମିନି ଷ୍ଟାଡିୟମରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଧରାକୋଟ ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, ସୋରଡ଼ା ଥାନା ଅଧିକାରୀ ଅନିଲ କୁମାର ପରିଡା , ଏସ୍. ଡି. ପି. ଓ ଉମାଶଙ୍କର ସିଙ୍ଗି, ଆସିକା ଥାନା ଅଧିକାରୀ ପି ସୂରୁପକ୍ରୀସ୍ନା,ଆସିକା ପୋଲିସ ର ସମସ୍ତ କମୀଧରାକୋଟ ଥାନାର ସମସ୍ତ ପୋଲିସ କର୍ମୀ ଯୋଗଦେଇଥିଲେ । ସେହିପରି ଆସିକା ଥାନା ପକ୍ଷରୁ ଆସିକା ହରିହର ହାଇସ୍କୁଲ ଅନ୍ତର୍ଗତ ମିନିଷ୍ଟାଡିମ ଠାରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଆସିକା ଥାନା ଅଧିକାରୀ ଟି ସୌରଭ କ୍ରିଷ୍ଣା, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଶାହା , ଏ. ଏସ. ଆଇ ଜୋନ୍ ସରାଫ, ଶୁଭାଶିଷ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ କର୍ମୀ ଯୋଗଦେଇଥିଲେ । ସାଇବର ଅପରାଧକୁ ନେଇ ଲୋକେ କିଭଳି ସଚେତନ ରହିବେ ଏହି କାର‌୍ୟ୍ୟକ୍ରମର ମୂଳ ଲକ୍ଷ ଥିଲା।

ରିପୋର୍ଟ ସିପ୍ରା ପଟନାୟକ

author

Related Articles

Leave a Reply

Your email address will not be published. Required fields are marked *