ଧରାପଡିଲା ସତ…କିଏ ଦେଇଛି ନବୀନଙ୍କୁ ଧୋକା ?

ଧରାପଡିଲା ସତ…କିଏ ଦେଇଛି ନବୀନଙ୍କୁ ଧୋକା ?

ଓଡିଶା ରାଜନୀତିରେ ଶଙ୍ଖ ଭବନ ଠାରୁ ଆରମ୍ଭ କରି ଯେ ନବୀନ ନିବାସ ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା ଲାଗି ରହିଛି । ସେ ହେଉଛି ମମତାଙ୍କ ଇସ୍ତଫା । ବିଜେଡି ଗଡରେ ମମତାଙ୍କ ପ୍ରଥମ ପ୍ରହାର ନବୀନ ବାବୁଙ୍କୁ ଦେଇଛି ଏକ ଶକ୍ତ ଝଟକା । କାରଣ ବିଜେଡିରୁ ଇସ୍ତଫା ଓ ସଙ୍ଗେ ସଙ୍ଗେ ଭାରତୀୟ ଜନତା ପାର୍ଟିରେ ସାମିଲ ତାହା କେବଳ ରାଜ୍ୟ ରାଜନୀତି ନୁହେଁ ବରଂ ଜାତୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ବିଜେଡିର ରାଜ୍ୟସଭା ସାଂସଦଙ୍କ ଉପରେ ସିଧାସଳଖ ଆକି ପକେଇ ଶିକାର କରିନେଲା ଭାରତୀୟ ଜନତା ପାର୍ଟି । ନବୀନଙ୍କୁ କୌଣସି ଖବର ନାହିଁ ଆଉ ଦିଲ୍ଲୀରେ ଖେଳ କରିଦେଲେ ବିଜେପି ନେତା । ଏହି ଘଟଣା ପାଇଁ ଉଠୁଛୁ ପଡୁଛି ରାଜ୍ୟ ରାଜନୀତି । ଦଳରେ ଅଲୋଡା ହେବା ଆଉ ସେବା କରିବାକୁ ସୁଯୋଗ ନ ମିଳିବା କାରଣ ଦର୍ଶାଇ ମମତା ଯେଉଁ ଇସ୍ତଫା ଦେଲେ ତାହା ପଛର ପ୍ରକୃତ ଷଡଯନ୍ତ୍ର କାରୀକୁ ଖୋଜୁଛନ୍ତି ନବୀନ ବାବୁ । ଯଦି ଆମେ ଦେଖିବା ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ଅଭାବ ନାହିଁ । ସେ ହିଁ ଦଳକୁ ଖୋଳ କରି ସୁପ୍ରିମୋ ନବୀନଙ୍କୁ ଧୋକା ଦେଉଛନ୍ତି । ଚର୍ଚ୍ଚା ହେଉଛି ଦଳକୁ ଭିତରୁ ଭିତରୁ ଖୋଳିବାରେ ଲାଗିଛନ୍ତି ବିଜେଡିରେ କିଛି ଅସନ୍ତୁଷ୍ଟ ନେତା । ସେହି ନେତାଙ୍କୁ ଖୋଜି ଖୋଜି ଉଚିତ ଶିକ୍ଷା ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ମମତା ମହନ୍ତଙ୍କ ବିଜେଡି ଛାଡିବା ପରେ ନବୀନ ବାବୁ ଦଳକୁ ନେଇ ଗୋଟିଏ ପରେ ଗୋଟିଏ ସମୀକ୍ଷା ବୈଠକ କରୁଛନ୍ତି । ଦଳୀୟ ନେତାମାନେ କିପରି ଏକ ମନ ଏକ ପ୍ରାଣ ହୋଇ ରହିବେ ସେ ନେଇ ପ୍ରଚେଷ୍ଟା ଚଲାଇଥିବା ସତ୍ତ୍ୱେ ନବୀନଙ୍କୁ ଧୋକା ଦେଉଛନ୍ତି ବିଜେଡିର କିଛି ଅସନ୍ତୁଷ୍ଟ ନେତା । ତେବେ ଆକ୍ଟିଭ ନବୀନ ଏବେ ନିଜ ଦଳକୁ ଆୟତ୍ତ କରିବା ପାଇଁ କେଉଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *