ଧର୍ମସଙ୍କଟରେ ପଡିଛି କଂଗ୍ରେସ !

ଧର୍ମସଙ୍କଟରେ ପଡିଛି କଂଗ୍ରେସ !

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଚିନ୍ତାରେ କଂଗ୍ରେସ । ୨୦୨୪ରେ କେଉଁଠୁ ଲଢିବେ ରାହୁଲ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କାରଣ କେରଳର ୱାଏନଡା ଆସନରେ ରାହୁଲଙ୍କ ବିପକ୍ଷରେ ସିପିଆଇ ଛିଡା ହୋଇଛି । ୨୦୧୯ ନିର୍ବାଚନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୱାଏନଡା ଆସନରୁ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଘୋଷଣା କରିବା ପରେ ଏହାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ପରେ ପରୋକ୍ଷରେ ରାହୁଲଙ୍କୁ ସମର୍ଥନ ମିଳିଥିଲା । କିନ୍ତୁ ଏଥର ଦୃଶ୍ୟ ଟିକେ ଅଲଗା ରହିଛି । ଏଥର ସିପିଆଇ ରାହୁଲଙ୍କ ବିପକ୍ଷରେ ପ୍ରାର୍ଥୀ ଘୋଷଣା କରିସାରିଛି । ଯାହାକୁ ନେଇ ଏବେ ଧର୍ମସଙ୍କଟରେ ପଡିଛି କଂଗ୍ରେସ । ରାହୁଲ ଯଦି ନିଜ ଛବି ଦୃଢ କରିବାକୁ ଚାହୁଁଛନ୍ତି ତେବେ ସେ ବିଜେପି ସହିତ ପ୍ରତିଦ୍ୱନ୍ଦିତା କରି ବିଜୟ ହୋଇ ପ୍ରମାଣ କରନ୍ତୁ ବୋଲି କହିଛି ସିପିଆଇ । ୨୦୧୯ରେ ନିଜ ପାରମ୍ପରିକ ଆସନ ଆମେଥିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ପରାଜୟର ଗନ୍ଧ ବାରି ରାହୁଲ ୱାଏନଡାରୁ ମୈଦାନକୁ ଓହ୍ଲାଇଥିଲେ । ମାତ୍ର ଏଥର ସେ ସଙ୍କଟରେ ପଡିଛନ୍ତି । କାରଣ ପୂର୍ବଥର ଅପେକ୍ଷା ଏଥର ବିଜେପି ଫୁଲ ଜୋସରେ ଅଛି । ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଆମେଥିରେ ପ୍ରଚାର ପ୍ରସାର ଜୋରଜୋରରେ ଚଳାଇଛନ୍ତି । ସେପଟେ କେରଳରେ କଂଗ୍ରେସର ସହଯୋଗୀ ଇଣ୍ଡିଆନ ମୁସଲିମ ଲିଗ୍ ଏଥର ୨ଟି ଆସନ ବଦଳରେ ୩ଟି ଆସନ ଦାବି କରିଛି । ଯେଉଁଥିରେ ରାହୁଲଙ୍କ ୱାଏନଡା ଆସନ ମଧ୍ୟ ରହିଛି । ତେଣୁ ରାହୁଲ କେଉଁଠୁ ଲଢିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *