ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ଭିକେ ପାଣ୍ଡିଆନ

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ଭିକେ ପାଣ୍ଡିଆନ

24 ପାଇଁ ଚାଲିଛି ନେତାମାନଙ୍କ ଜିଲ୍ଲାକୁ ଜିଲ୍ଲା ଗସ୍ତ । ଅନୁଗୁଳ ଗସ୍ତରେ ଯାଇଥିବା ଭିକେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଥାଇ 10 ବର୍ଷ ଭିତରେ ଅନୁଗୁଳର କଣ ବିକାଶ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି, କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ଏପରିକି କଟକ- ଅନୁଗୁଳ ରାସ୍ତା ସମସ୍ୟାର ସମାଧାନ କାହିଁକି ହେଉନି ବୋଲି ପଚାରିଛନ୍ତି । ଗତକାଲି ଭଦ୍ରକ ଗସ୍ତରେ ଯାଇଥିବା ବେଳେ ମଧ୍ୟ କହିଥିଲେ ୧୧ ମାସ ତଳେ ଧାମନଗରରେ ଉପନିର୍ବାଚନ ହୋଇଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଥିଲେ, ସେ ପ୍ରଚାର ବେଳେ ଧାମନଗର ଆସି ଶତାଧିକ ପ୍ରତିଶ୍ରୁତି ଦେଇଥିଲେ । ପ୍ରାର୍ଥୀ ବିଜୟୀ ହେବା ପରେ ତାଙ୍କର ଦେଖାଦର୍ଶନ ନାହିଁ । ଏପରିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଆସିନଥିବା କହିଥିଲେ ପାଣ୍ଡିଆନ୍ ।

author

Related Articles

Leave a Reply

Your email address will not be published. Required fields are marked *