ଧର୍ମେନ୍ଦ୍ରଙ୍କୁ ଭୃଗୁଙ୍କ କଟାକ୍ଷ

ଧର୍ମେନ୍ଦ୍ରଙ୍କୁ ଭୃଗୁଙ୍କ କଟାକ୍ଷ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର । ନିଯୁକ୍ତି ଓ ଏନଏଚ୍ ପ୍ରସଙ୍କ ଉଠାଇ ଧର୍ମେନ୍ଦ୍ରଙ୍କୁ କଡା ସମାଲୋକନା କରିଛନ୍ତି । ସେ କହିଛନ୍ତି, ଟଙ୍କା ବାଣ୍ଟିବାର ମିଛ ଅଭିଯୋଗ ଆଣୁଛନ୍ତି ଧର୍ମେନ୍ଦ୍ର । ବିଜେପି ଯେତେବେଳେ ହାରିବାକୁ ଯାଏ ସେତେବେଳେ ମିଛ ଅଭିଯୋଗ ଆରମ୍ଭ କରେ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସନ୍ତୋଷ ରହିଛି । ପରାଜୟ ଭୟରେ ମିଛି ଅଭିଯୋଗ ଆଣି ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି । ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଭୃଗୁ ଆହୁରି କହିଛନ୍ତି କି, ସମ୍ବଲପୁର ଜାତୀୟ ରାଜପଥର ଅବସ୍ଥା ଓଡିଶାବାସୀ ଦେଖିଛନ୍ତି ଏବଂ ସମ୍ବଲପୁରରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇନାହିଁ । ଦକ୍ଷତା ବିକାଶ ପାଇଁ କୌଣସି ଅନୁଷ୍ଠାନ କରିନାହାନ୍ତି ଧର୍ମେନ୍ଦ୍ର । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ସମଲେଶ୍ୱରୀ ମନ୍ଦିରର ଉନ୍ନୟନ କାମକୁ ବିଜେପି ନେତା ନାପସନ୍ଦ କରିଆସିଛନ୍ତି । ଏଭଳି ଅନେକ କଥା କହି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ଭୃଗୁ ବକ୍ସିପାତ୍ର ।

author

Related Articles

Leave a Reply

Your email address will not be published. Required fields are marked *