ଧର୍ମେନ୍ଦ୍ରଙ୍କୁ ମିଳିବ କି ଓଡିଶା ଶାସନ ?

ଧର୍ମେନ୍ଦ୍ରଙ୍କୁ ମିଳିବ କି ଓଡିଶା ଶାସନ ?

ଆଉ କିଛି ମାସ ପରେ 2024 ନିର୍ବାଚନ । ଯାହାକୁ ନେଇ ରାଜନୈତିକ ଦଳମାନେ ଆରମ୍ଭ କରିଦେଲେଣି ପ୍ରଚାର ପ୍ରସାର । ଲୋକଙ୍କ ପାଖରେ ନିଜର ବିକାଶମୂଳକ କାର୍ଯ୍ୟକୁ ପହଞ୍ଚାଇବ ଏବଂ କିପରି ଭୋଟ ହାତେଇବେ ସେ ଦିଗରେ ଅଗ୍ରସର ହେଲେଣି । ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିବ ବଡ ଲଢେଇ । ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ବନାମ ବିଜେଡି ମଧ୍ୟରେ ଚାଲିବ କଡା ଟକ୍କର । ତେବେ ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିବା ଓ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ନେଇସାରିଥିବା ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି କିଛି ମନ୍ତବ୍ୟ ସାମାନ୍ନାକୁ ଆସିଛି । ଭାରତୀୟ ଜନତା ପାର୍ଟିର ଓଡିଶାର ଚେହେରା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘’ମୁଁ ଓଡିଶାରୁ ଲଢିବାକୁ ଚାହେଁ ‘’। ଓଡିଶା ଲୋକସଭା ଆସନରୁ ନିର୍ବାଚନ ଲଢିବି । ଏ ନେଇ ଧର୍ମେନ୍ଦ୍ର PTI କୁ ସୂଚନା ଦେବାପରେ ଏହା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଥର ଓଡିଶାକୁ ଆସିବା ଏବଂ 2017 ପଞ୍ଚାୟତ ନିର୍ବାଚନରେ ହସ୍ତକ୍ଷେପ କରିବା ଏପରି ଅନେକ କିଛି କାର୍ଯ୍ୟଲାଗି ଚର୍ଚ୍ଚାରେ ଧର୍ମେନ୍ଦ୍ର । ତାଙ୍କ ଇଚ୍ଛା ଓଡିଶାରୁ ମୁଁ ନିର୍ବାଚନ ଲଢିବି, ସେ ଏହାକୁ ନେଇ ନିଜ ଦଳକୁ ଅନୁରୋଧ କରିଛନ୍ତି, ଢେଙ୍କାନାଳ କିମ୍ବା ସମ୍ବଲପୁର ରୁ ଲଢିପାରନ୍ତି ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଧର୍ମେନ୍ଦ୍ରଙ୍କୁ ନେଇ ବିଜେପି କଣ ଓଡିଶାରେ ଶାସନ କରିପାରିବ କି ? ଧର୍ମେନ୍ଦ୍ରଙ୍କୁ ବିଶ୍ୱାସ କରି ଦଳ କେଉଁ ନିଷ୍ପତ୍ତି ନେବ ?

author

Related Articles

Leave a Reply

Your email address will not be published. Required fields are marked *