ଧର୍ମେନ୍ଦ୍ରଙ୍କ ଘରେ ପଶିଲେ କଂଗ୍ରେସ କର୍ମୀ !

ଧର୍ମେନ୍ଦ୍ରଙ୍କ ଘରେ ପଶିଲେ କଂଗ୍ରେସ କର୍ମୀ !

ଦିନକୁ ଦିନ ଉଗ୍ର ରୂପ ନେଉଛି ନିଟ୍ ପେପର ଲିକ୍ ଘଟଣା । କେଉଁଠି ଏହା ବିରୋଧରେ ପ୍ରତିବାଦ କରାଯାଉଛି ତ ଆଉ କେଉଁଠି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିପାଇଁ ଦାୟୀ କରାଯାଇ ତାଙ୍କ ଇସ୍ତଫା ପତ୍ର ଦାବି କରାଯାଉଛି । ଆଉ ଏବେ ଏହା ଶୀର୍ଷରେ ପହଁଞ୍ଚିଛି । ନିଟ୍ ପେପର ଲିକ୍ ଘଟଣାରେ ସମ୍ପୃକ୍ତିକୁ ନେଇ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନ ଘେରାଉ କରାଯାଇଥିଲା । ରାଜଧାନୀର ନିଳାଦ୍ରୀ ବିହାର ସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନ ଆଗରେ ସେମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖାଲି ଏତିକି ନୁହେଁ ତାଙ୍କୁ ଚୋର କହିବା ସହ ଏନଡିଏକୁ ବ୍ୟାନ କରିବାକୁ ମଧ୍ୟ ସେ ନାରା ଦେଇଥିଲେ । ଏବଂ ପେପର ଲିକ ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା କହି ଆନ୍ଦୋଳନ କରିଥିଲେ । କାହିଁକି ନା ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପରୀକ୍ଷା ପେପର ଲିକ୍ ହୋଇନଥିବା ଯୁକ୍ତି ବାଢିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୫ ଜଣରୁ ଉର୍ଦ୍ଧ୍ୱ ଅଭିଯୁକ୍ତ ଗିରଫ ହୋଇସାରିଲେଣି । କିନ୍ତୁ ଏଯାଏଁ ସେଭଳି କିଛି ବି ଦୃଢ କାର୍ଯ୍ୟାନୁଷ୍ଠାନ ଶିକ୍ଷା ମନ୍ତ୍ରୀ ନେଉନଥିବାରୁ ଏବଂ ଏହି ଘଟଣାକୁ ଘୋଡାଉଥିବା ଅଭିଯୋଗ କରି ସାରା ଦେଶରେ ଏବେ ଏ ବିବାଦ ଶୀର୍ଷ ଛୁଇଁଲାଣି । ଆଉ ଓଡିଶାରେ ମଧ୍ୟ ଏହା ତୀବ୍ର ହେଉଛି । ଯାହାକ ଉଦାହରଣ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନରୁ ସ୍ପଷ୍ଟ ହୋଇପଡୁଛି । ତେବେ ଦେଖାଯାଉ ଏହି ପ୍ରତିବାଦର ଉତ୍ତର ଧ ର୍ମେନ୍ଦ୍ର ପ୍ରଧାନ କଣ ରଖୁଛନ୍ତି ଏବଂ ଏହି ସମସ୍ୟାର ସମାଧାନ କେବେ କରାଯାଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *