ଧର୍ମ ସଙ୍କଟରେ ସୁର ଭାଇ, ଫସିଯିବେ କି ସିଦ୍ଧାର୍ଥ ରାଉତରାୟ

ଧର୍ମ ସଙ୍କଟରେ ସୁର ଭାଇ, ଫସିଯିବେ କି ସିଦ୍ଧାର୍ଥ ରାଉତରାୟ

ୱାନ ଆଣ୍ଡ ଓନଲି କଂଗ୍ରେସ ମ୍ୟାନ ହେଉଛନ୍ତି ସୁର ରାଉତରାୟ । କିନ୍ତୁ ଏବେ ସେ ଧର୍ମସଙ୍କଟରେ ପଡିଛନ୍ତି ।  ହଁ ଦର୍ଶକବନ୍ଧୁ ସୁରଙ୍କ ଅଭିମାନ ଏବେ ସିର୍ଦ୍ଧାର୍ଥଙ୍କୁ ପଡିବ ମହଙ୍ଗା । ସାନପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବଡ ପୁଅ ସିର୍ଦ୍ଧାର୍ଥ ନିମାପଡାରୁ କଂଗ୍ରେସର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ହେଲେ କଥା ହେଲା କି କଂଗ୍ରେସରୁ ବହିଷ୍କୃତ ହୋଇଥିବା ସୁର ଏବେ କରିବେ କଣ । ଅନ୍ୟାୟରେ ତାଙ୍କୁ କଂଗ୍ରେସରୁ 6 ବର୍ଷ ପାଇଁ ବାହାର କରିଦିଆଯାଇଛି । ଆଉ ଏବେ ରାଗ ଜର୍ଜରିତ ସୁର ଭାଇ କଂଗ୍ରେସ ଦଳ ଉପରେ ବର୍ଷୁଛନ୍ତି । କିଛିଦିନ ତଳେ ସେ କହିଛନ୍ତି ମୁଁ 55 ବର୍ଷ ରହି ମତେ ପଚାରିଲେନି କିନ୍ତୁ 5ମାସରେ ଆସି କଂଗ୍ରେସ କଂଗ୍ରେସ କାହିଁ ହେଉଛୁ.. କାହା ପାଇଁ ପ୍ରଚାର କରିବେ ସୁର ଭାଇ । ମନ୍ମଥଙ୍କ ପାଇଁ ସେ ଖୋଲାଖୋଲି ଭାବେ ପ୍ରଚାର କରିବେ ବୋଲି କହିସାରିଛନ୍ତି । ତାଙ୍କ ପାଇଁ ପ୍ରଚାରକୁ ଯାଉଛନ୍ତି କିନ୍ତୁ ଦଳୀୟ ପତାକା ଧରୁନାହାନ୍ତି । ଅନ୍ୟପଟେ ସେ କହିଛନ୍ତି ଯେ କଂଗ୍ରେସ ପାଇଁ ପ୍ରଚାର କରିବେନି । ସେ ଏବେ ଫ୍ରି ହୋଇ ସାରିଛନ୍ତି । ହେଲେ ତାଙ୍କ ଇଚ୍ଛା ପୂରଣ ହେଲା ନିମାପଡାରୁ ପ୍ରାର୍ଥୀ ହେଲେ ସିଦ୍ଧାର୍ଥ । କିନ୍ତୁ ସେ ନିଜେ ଦଳରୁ ବହିଷ୍କୃତ ହେବା ପରେ ସିର୍ଦ୍ଧାର୍ଥଙ୍କ ପାଇଁ କଣ ହେବ ସୁର ଭାଇଙ୍କ ନିଷ୍ପତ୍ତି ।  ସୁରଙ୍କର କଂଗ୍ରେସ ଉପରେ ଥିବା ମାନ ଅଭିମାନରେ ଫସିଯିବେ କି ସିଦ୍ଧାର୍ଥ ତାହା ଦେଖିବାକୁ ବାକି ରହିଲା ।  

author

Related Articles

Leave a Reply

Your email address will not be published. Required fields are marked *