ଚଳିତ ବର୍ଷ ନବେମ୍ବର 29 ରେ କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ଧାନ ମଣ୍ଡି ଖୋଲିବାକୁ ଯାଉଥିବା ବେଳେ ଏଣିକି ଆଉ ମଣ୍ଡିରେ ମିଲର୍ସ ରାଜ ଚଳିବ ନାହିଁ।ଏଫ ଏଫ୍ ଏକ୍ଯୁ ଆଳରେ ଚାଷୀଙ୍କୁ ଶୋଷଣ କରାଯିବ ନାହିଁ। ମଣ୍ଡି ଜଗିବ ବିଜେପି। ପୂର୍ବ ସରକାର ଚାଷୀଙ୍କ କାଟନୀ ଝଟନୀ କରି ଚାଷୀ କୁ ହଇରାଣ କରି ଆସୁଥିବା ବେଳେ ବି ଜେ ପି ସରକାର କ୍ଷମତା କୁ ଆସିବ ପରେ ଆଉ ଚାଷୀ ହଇରାଣ ହେବ ନାହିଁ ବୋଲି କହିଛନ୍ତି ଧର୍ମଗଡ ବିଧାୟକ ସୁଧୀରଞ୍ଜନ ପଡଯୋଶୀ ବିଜେପିର ଜଣେ ଜଣେ କର୍ମକର୍ତ୍ତା ମଣ୍ଡିରେ ତା’ର ତଦାରଖ କରିବେ। ଚାଷୀ ଯେମିତି ନ୍ୟାୟ ପାଇବ। କଟନିଛଟନି ହେବ ନାହିଁ। ପୂର୍ବରୁ ଅଣତାଲିମ ପ୍ରାପ୍ତ ଲୋକ ଧାନର ଏନାଲିସିସ କରୁଥିଲେ। ଏବେ ଅଭିଜ୍ଞ ଲୋକ ଏନାଲିସିସ କରିବେ। ଧାନର ସଠିକ ମାନ ନିର୍ଣ୍ଣୟ ହେବ ବୋଲି ଧର୍ମଗଡ଼ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ମନୋଜ ସାହୁ, ହେମନ୍ତ ମାଝୀ, ଯୁବ ମୋର୍ଚା ଜିଲ୍ଲା ଉପସଭାପତି ହିମାଂଶୁ ପଣ୍ଡା ,ଅପ୍ରସ ସ୍ଵାଇଁ,ପୁତିନ ଲାଲ, ବିପିନ ବିହାରୀ ମହାରଣା, ଅରକ୍ଷିତ ବାରିକ,ପରାସର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।