ଆର୍ଟିକିଲ ୩୭୦ ଉପରେ ଲାଗିଲା ‘ସୁପ୍ରିମ’ ମୋହର

ଆର୍ଟିକିଲ ୩୭୦ ଉପରେ ଲାଗିଲା ‘ସୁପ୍ରିମ’ ମୋହର

ଇତିହାସ ରଚିଲା ଆର୍ଟିକିଲ ୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ସୁପ୍ରିମ ମୋହର । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବାକୁ ନେଇ ସୁପ୍ରିମ କୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଏହି ଧାରାକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ଅପରି ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରମିକୋର୍ଟ । ଏହି ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠଙ୍କ ସହମତି ଥିବା ସୂଚନା ମିଳିଛି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ଏଠାରେ ପ୍ରଚଳିତ ଧାରା ୩୭୦ ସମ୍ପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏବେ ଭାରତରେ ମିଶିବା ପରେ ଏହା ସ୍ୱତନ୍ତ୍ର ମାନ୍ୟତା ବଜାୟ ରଖିପାରିବେନି ।


୨୦୧୯ରେ ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏହା ପରେ ଜମ୍ମୁ କାଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା । ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ପରିଣତ କରାଯାଇଥିଲା । ମାତ୍ର ଘଉ, ଚଊଚ ସମେତ ଏକାଧିକ ଦଳ ଏହାକୁ ବିରୋଧ କରିବା ସହ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *