‘ଧୁମ-୪’ରୁ ବାଦ ପଡିବେ ଅମିର ଖାନ

‘ଧୁମ-୪’ରୁ ବାଦ ପଡିବେ ଅମିର ଖାନ

ଭୁବନେଶ୍ୱର:

‘ଧୁମ’ ସିରିଜର ଆଗାମୀ ଫିଲ୍ମିକୁ ନେଇ ଦର୍ଶକେ ବେଶ ଉତ୍ସାହିତ ଅଛନ୍ତି | ଆକ୍ସନ ଥ୍ରୀଲର ଯୁକ୍ତ ଏହି ଫିଲ୍ମି ପାଇଁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ | ଆଦିତ୍ୟ ଚୋପ୍ରା ଏବେ ‘ସ୍ପାଏ ୟୁନିଭର୍ସ’ ଉପରେ ଅଧିକ ଧ୍ୟାନ ଦେଉଛନ୍ତି | ତେଣୁ ଏହି ଦୃଷ୍ଟିରୁ ସେ ପ୍ରଥମେ ‘ଟାଇଗର-୩’, ‘ଟାଇଗର ଭର୍ସଏସ ପଠାନ’ ଓ ପରେ ‘ୱାର -୨’ର ସୁଟିଂ କରିବେ | ଏହାପରେ ସେ ‘ଧୁମ-୪’ର ସୁଟିଂ ଆରମ୍ଭ କରିବେ | ନିକଟରେ ଗଣାମଦୟମକୁ ଦେଇଥିବା ଏକ ସାକ୍ଷାତକାରରେ ବଲିଉଡ ଅଭିନେତା ଅମିର ଖାନ ସେ ଆଦିତ୍ୟଙ୍କ ସହ ଏ କଥା ଆକ୍ସନ ଫିଲ୍ମି କରିବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ | ଏହି ପରିପ୍ରେକ୍ଷୀରେ ସେ ‘ଧୁମ-୪’ରେ କାମ କରିବା ପାଇଁ ଇଛାପ୍ରକାଶ କରିଥିଲେ | କିନ୍ତୁ ଆଦିତ୍ୟ ଏ ସମ୍ପର୍କରେ କିଛି ମନ୍ତବ୍ୟ ଦେଇ ନାହାନ୍ତି | କାରଣ ଆଦିତ୍ୟ ଏବେ ‘ଧୁମ-୪’ ପାଇଁ ନୂଆ ଜେନେରେସନର ସୁପରଷ୍ଟାରକୁ ନେବାକୁ ଚାହୁଁଛନ୍ତି | ତେବେ ‘ଧୁମ-୪’ରେ ରଣବୀର କପୁର କିମ୍ବା ରଣବୀର ସିଂହ ଲିଡ଼ ରୋଲରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି | ଏଠାରେ ପ୍ରକାଶ ଥାଉ କି, ‘ଧୁମ’ ସିରିଜର ପ୍ରଥମ ଫିଲ୍ମି ୨୦୦୪ରେ ରିଲିଜ ହୋଇଥିଲା | ଏଥିରେ ଜନ ଆବ୍ରାହମ ଖଳନାୟକ ଭୂମିକାରେ ନଜର ଆସିଥିଲେ | ସେହିପରି ‘ଧୁମ-୨’ ହିତ୍ରିକ ରୋଶନ
ଓ ‘ଧୁମ-୩’ରେ ଅମିର ଖାନ ଡବଲ ରୋଲରେ ନଜର ଆସିଥିଲେ | ଏବେ ଏହାର ଚତୁର୍ଥ ଫିଲ୍ମିକୁ ନେଇ ଚର୍ଚ୍ଚା ଜୋର ଧରିଛି |

author

Related Articles

Leave a Reply

Your email address will not be published. Required fields are marked *