ଧୋକା ଦେଇଦେଲା ବର୍ଷା..

ଧୋକା ଦେଇଦେଲା ବର୍ଷା..

ଓଡିଶାରେ ଜୋର ଜମୁଛି ରଜର ମାହୋଲ । କିନ୍ତୁ ରଜ ପାଗକୁ ଫିକା କରିଦେଇଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ମୌସୁମୀ ବାୟୁ ସ୍ୱାଭାବିକ ସମୟଠାରୁ ବହୁତ ଶୀଘ୍ର ଓଡିଶା ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ । ରଜ ସମୟରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ନିଅଣ୍ଟିଆ ବର୍ଷା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରାଉଛି । ମୌସୁମୀ ବାୟୁ ଲୋକଙ୍କୁ ଧୋକା ଦେଇଛି । କିନ୍ତୁ ଏବେ ଆଉ ସେପରି ହେବ ନାହିଁ  ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏଣିକି ପାଗରେ ଦେଖାଯିବ ପରିବର୍ତ୍ତନ । ଆସନ୍ତା 17 ତାରିଖରୁ ରାଜ୍ୟରେ ମୌସୁମୀ ଅଗ୍ରସର ହେବ । ତୁହାକୁ ତୁହା ବର୍ଷା କାଚିବା ସହିତ ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ । ଆସନ୍ତା ପାଞ୍ଚଦିନ ପର୍ଯ୍ୟନ୍ତ ଓଡିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ । ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଥିବାବେଳେ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନୟାଗଡ,ଖୋର୍ଦ୍ଦା,ବାଲେଶ୍ୱର,ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି । ଏବେ ସୁଦ୍ଧା ମୌସୁମୀ ବାୟୁ ମାଲକାନାଗିରି ଓ କୋରାପୁଟ ଜିଲ୍ଲାକୁ ଛୁଇଁଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ପୂର୍ବ ଓ ଦକ୍ଷିଣ ଓଡିଶାରେ ସକ୍ରିୟ ହେବ । ସେପଟେ ମୌସୁମୀ ବାୟୁର ପ୍ରଭାବ କମ ରହିବା ସହିତ କିଛି କିଛି ଜିଲ୍ଲାରେ ବର୍ଷାର ପରିମାଣ କମ ରହିବ ବୋଲି ସୂଚନା ମିଳିଛି । ଏବଂ ଅନ୍ୟକିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇ ତାଣ୍ଡବ ରଚିପାରେ । ତେବେ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଟିକିଏ ତ୍ରାହି  ମିଳିପାରେ ।

author

Related Articles

Leave a Reply

Your email address will not be published. Required fields are marked *