ଧୋକା ଦେଲେ ନବୀନ ଅରିନ୍ଦମଙ୍କ ସାହାରା ଖୋଜୁଛନ୍ତି ବବି !

ଧୋକା ଦେଲେ ନବୀନ ଅରିନ୍ଦମଙ୍କ ସାହାରା ଖୋଜୁଛନ୍ତି ବବି !

ବିଜେଡିରୁ କୋଣଠେସା ହେବାରେ ଲାଗିଛନ୍ତି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଦଳକୁ ମଜଭୁତ କରିବା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଅଣଦେଖା କରିବାକୁ ଲାଗିଲେଣି । ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ବବିଙ୍କ ରାଜନୈତିକ କ୍ୟାରିୟର ଏବେ ବୁଡିବାକୁ ବସିଛି । ଯେଉଁ ଦଳରେ ଦିନେ ତାଙ୍କୁ ସମସ୍ତେ ଡରୁଥିଲେ ଆଜି ସେହି ଦଳରେ ସେ ଅଲୋଡା ହୋଇପଡିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କ୍ଷମତା ଲୋଭରେ ବିଧାନସଭା ଛାଡି ଲୋକସଭା ଆସନରୁ ନିର୍ବାଚନ ଲଢିବା ବବିଙ୍କୁ ଏକପ୍ରକାର ମହଙ୍ଗା ପଡିଥିଲା । ଦଳରେ ତାଙ୍କର ଯେଉଁ ପତିଆରା ଏବଂ ଯେଉଁ ଦବଦବା ରହିଥିଲା ତାହା ମଧ୍ୟ ନାହିଁ । ବିଜେଡିର ଯୁବ ଚେହେରା ହିସାବରେ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ସାଙ୍ଗଠନିକ ସଂପାଦକ ପଦବୀରେ ବସାଇଥିଲେ । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଯେଉଁ ପରାଜୟ ହେଲା ସେଥିପାଇଁ ସମସ୍ତେ ବବି ଓ ପାଣ୍ଡିଆନଙ୍କୁ ଦାୟୀ କରାଉଥିବା ବେଳେ ଏବେ ବବି ଯେଉଁ ଦଶା ଭୋଗୁଛନ୍ତି ତାହା ତ ସମସ୍ତଙ୍କୁ ଜଣା । ଭିଣୋଇ ଅରିନ୍ଦମ ରାୟଙ୍କୁ ଟିକେଟ ନ ଦେବାରୁ ସେ ମଧ୍ୟ ଦଳଛାଡି ଦେଲେ । ବିଜେପିରେ ସାମିଲ ହେଲେ ଏବଂ ନିର୍ବାଚନ ଲଢିଲେ । ହାରିଥିଲେ ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ବେଶ ଖୁସି ଅରିନ୍ଦମ ରାୟ । କିନ୍ତୁ ବିଜେଡିର ଶୋଚନୀୟ ପରାଜୟ ବବିଙ୍କ ରାଜନୈତିକ କ୍ୟାରିୟରକୁ ଭସାଇଦେଲା । ଚର୍ଚ୍ଚା ହେଉଛି ଭିଣୋଇଙ୍କ ହାତ ଧରି ପଦ୍ମ ପୋଖରୀରୁ ଡିଆଁ ମାରିବେ ଶଳା ବବି ଦାସ । କାହିଁକିନା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଛାଇ ଓ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ହୋଇ ରହୁଥିବା ବବିଙ୍କର ବିଜେଡିରେ ପୂର୍ବଭଳି ସେହି ଦବଦବା ନାହିଁ । ଦଳରେ କୋଣଠେସା ହୋଇପଡିଥିବା ବବିଙ୍କୁ ନେଇ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି । ତେବେ ଆଗକୁ ପ୍ରଣବଙ୍କୁ ନେଇ ରାଜ୍ୟ ରାଜନୀତିରେ କେଉଁ ମୋଡ ଆସୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *