ଧୋକା ଦେଲେ ମୋହନ…ଚିନ୍ତାରେ ବ୍ୟବସାୟୀ ଶୀଘ୍ର ପଚି ଯାଉଛି ୟୁପି ଆଳୁ

ଧୋକା ଦେଲେ ମୋହନ…ଚିନ୍ତାରେ ବ୍ୟବସାୟୀ ଶୀଘ୍ର ପଚି ଯାଉଛି ୟୁପି ଆଳୁ

ରାଜ୍ୟରେ ଥମିବାର ନାଁ ଧରୁନି ଆଳୁ ସଙ୍କଟ । ଏକ ମାସରୁ ଅଧିକା ହୋଇଯିବ ରାଜ୍ୟରେ ଆଳୁ ସମସ୍ୟା ଲାଗିରହିଛି । ଓଡିଶାରେ ଯେଉଁ ଆଳୁ ସମସ୍ୟା ଲାଗିରହିଛି ତାର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଓଡିଶାକୁ ଆସୁଛି ୟୁପି ଆଳୁ । ଉତ୍ତରପ୍ରଦେଶ ସରକାରଙ୍କ ସହ ଡିଲ କରିଛନ୍ତି ମୋହନ ସରକାର । ଦିଦିଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ପଶ୍ଚମିବଙ୍ଗରୁ ଆଳୁ ଆମଦାନୀ ନ କରି ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି । ଉତ୍ତରପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗ ସରକାରଙ୍କୁ ଚେକ ଦେବାକୁ ଆଗଭର ହୋଇଛନ୍ତି ମୋହନ ସରକାର ।  କିନ୍ତୁ ଆଳୁକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର । ଶୀଘ୍ର ପଚି ସଢି ନଷ୍ଟ ହୋଇଯାଉଛି ୟୁପି ଆଳୁ । ଚିନ୍ତାରେ ପଡିଗଲେଣି ବ୍ୟବସାୟୀ । ପଶ୍ଚିମବଙ୍ଗ ଅପେକ୍ଷା ୟୁପି ଆଳୁ ଅଧିକ ଦିନ ରହୁନାହିଁ । ଦୁଇ ତିନି ମଧ୍ୟରେ ପଚିସଢି ନଷ୍ଟ ହୋଇଯାଉଛି ୟୁପି ଆଳୁ । ସମସ୍ୟା ଦୂର କରିବା ବଦଳରେ ଏବେ ଅଧିକ ସମସ୍ୟା ବଢାଉଛି ମୋହନ ସରକାରଙ୍କ ନୂଆ ପ୍ଲାନ । ମମତା ଦିଦିଙ୍କୁ ବୁଦ୍ଧି ଶିଖାଇବା ଚକରରେ ୟୁପିରୁ ଆଳୁ ଆଣିଲେ ଆଉ ଏପଟେ ୟୁପି ଆଳୁ ପଶ୍ଚିମବଙ୍ଗ ଆଳୁ ଭଳି ଅଧିକ ଦିନ ରହୁନାହିଁ । ଯାହା ସାଧାରଣ ଲୋକେ ଓ ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ।

author

Related Articles

Leave a Reply

Your email address will not be published. Required fields are marked *