ଧୋନିଙ୍କ ଜନ୍ମଦିନରେ ସାକ୍ଷୀଙ୍କ ବ୍ୟବହାରରେ ସମସ୍ତେ ଚକିତ

ଧୋନିଙ୍କ ଜନ୍ମଦିନରେ ସାକ୍ଷୀଙ୍କ ବ୍ୟବହାରରେ ସମସ୍ତେ ଚକିତ

କ୍ରିକେଟ ଦୁନିଆର ବାଦଶାହା ହେଲେ ମହେନ୍ଦ୍ର ସିଂ ଧୋନି । ମହେନ୍ଦ୍ର ସିଂ ଧୋନିଙ୍କ ଆଜି ଜନ୍ମ ଦିନ । ତାଙ୍କର 43 ତମ ଜନ୍ମଦିନରେ ତାଙ୍କ ଘରେ ଖୁବ କମ ଅତିଥିଙ୍କ ସହିତ ନିଜର ଜନ୍ମ ଦିନକୁ ପାଳନ କରିଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ଉପସ୍ଥିତ ରହିଥିବାବେଳେ ଧୋନୀଙ୍କ ଜନ୍ମ ଦିନରେ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଧୋନୀ କେକ୍ କାଟିବା ପରେ ସାକ୍ଷୀଙ୍କୁ କେକ୍ ଖୁଆଇଥିଲେ । ପରେ ସାକ୍ଷୀ ତାଙ୍କୁ କେକ୍ ଖୁଆଇ ପାଦ ଛୁଇଁ ପ୍ରଣାମ କରିବା ପରେ ତାଙ୍କ ଦୀର୍ଘ ଆୟୁଷ କାମନା କରିଥିଲେ । ତେବେ ସାକ୍ଷୀଙ୍କ ଏପରି ଆଚରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *