ନକଲି ଘିଅ କାରାବାରର ହେଲା ଖୁଲାସା  

ନକଲି ଘିଅ କାରାବାରର ହେଲା ଖୁଲାସା  

ଆଜି କାଲି ସମସ୍ତ ଜିନିଷରେ ଭେଜାଲ । ପନିର,ଅଣ୍ଡା,ଘିଅ ସବୁଥିରେ ଭେଜାଲ । ସେପରି ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ଚାଲିଥିଲା ନକଲି ଘିଅ କାରବାର । ଏକ କମ୍ପାନୀରେ ନକଲି ଘିଅ ତିଆରି ହେଉଛି । ମା ଦୁର୍ଗା ନାଁରେ ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା ।  ଅଭିଯୋଗ ହେବା ପରେ ପୁଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି । ଯାଞ୍ଚ କରିବା ସମୟରେ ସବୁ ଧରାପଡ଼ିଥିଲା । ପୋଡ଼ା ତେଲ, ନିମ୍ନମାନର ପାମ୍ ତେଲ୍ ଓ ବିପଦଜନକ କେମିକାଲ୍ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତ ହେଉଥିଲା । ଘିଅ ପ୍ୟାକେଟରେ ଟ୍ରେଡ୍ ଲାଇସେନ୍ସ ଉଲ୍ଲେଖ ନଥିବା ବେଳେ ମାନ୍ୟୁଫାକଚରିଂ ଡେଟ୍ ଓ ଏକ୍ସପାରୀ ଡେଟ୍ ମଧ୍ୟ ଉଲ୍ଲେଖ ନଥିବା ଜଣାପଡିଛି । ଗତ ୨ ବର୍ଷ ହେଲା ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନକଲି ଘିଅ ବିକ୍ରି ହେଉଥିଲା । ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ସଂସ୍ଥାର ମାଲିକ ଇପାରୀ ରାଜେଶ୍ୱର ପାତ୍ରଙ୍କୁ ଗିରଫ କରାଯାଇଛି ।  

author

Related Articles

Leave a Reply

Your email address will not be published. Required fields are marked *