ନଡିଆ ଭାଙ୍ଗି ଚାଷ ଜମିକୁ ପାଣି ପ୍ରବେଶ କରାଇଲେ ସାଂସଦ

ନଡିଆ ଭାଙ୍ଗି ଚାଷ ଜମିକୁ ପାଣି ପ୍ରବେଶ କରାଇଲେ ସାଂସଦ

ଡେରାସ ଜମି ହଡପ ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯେଉଁ ପ୍ରଚେଷ୍ଟା ଚଳାଇଥିଲେ ସେଥିରେ ତାଙ୍କୁ ସଫଳତା ମିଳିଛି । ଏ ନେଇ ସାଂସଦ ଅପରାଜିତା ବାରମ୍ବାର ରାଜ୍ୟ ସରକାରଙ୍କୁ ଜଣାଇ ଥିଲେ । ହଁ ଆଜ୍ଞା ଆମେ କହୁଛୁ ଡେରାସ ଜମି ହଡପ ମାମଲାରେ ସାଂସଦ ଅପରାଜିତା ଷଡଙ୍ଗୀ ସାଧାରଣ ଲୋକଙ୍କ ପାଇଁ କେନାଲ ଖୋଳି ଯେଉଁ ଚର୍ଚ୍ଚା ସାଉଁଟି ଥିଲେ ଏବଂ ସଂପୂର୍ଣ୍ଣ କେନାଲ ଖୋଳିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ ଯାହା ଆଜି ସଫଳ ହୋଇଛି । କେନାଲ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କେନାଲର ଲମ୍ବ 1850 ମିଟର ରହିଥିବା ବେଳେ ଏ ପର୍ଯ୍ୟନ୍ତ 1705 ମିଟର ଖୋଳା ସରିଛି । ଜଳସେଚନ ବିଭାଗ 3ଦିନ ହେଲାଣି ଏହି କେନାଲକୁ ଖୋଳୁଛି । ଆସନ୍ତା 26 ତାରିଖ ସୁଦ୍ଧା କେନାଲ ଜବରଦଖଲରୁ ମୁକ୍ତ ହେବ । ଆଜି ସାଂସଦ ଡେରାସଠାରେ ପହଞ୍ଚି ସବୁକିଛି ଅନୁଧ୍ୟାନ କରି ନଡିଆ ଭାଙ୍ଗି ଚାଷଜମିକୁ ପାଣି ଛାଡିଛନ୍ତି । ଜମି ମାଫିଆଙ୍କ କବଳରୁ ଜମିକୁ ମୁକ୍ତ କରିବାପାଇଁ ଦୀର୍ଘ 2 ବର୍ଷ ସଂଘର୍ଷ କରିବାକୁ ପଡିଛି ବୋଲି ସାଂସଦ ମତବ୍ୟକ୍ତ କରିଛନ୍ତି ।
ଖାଲି ସେତିକି ନୁହେଁ ସାଂସଦ କହିଛନ୍ତି ଯେ ସେଠାରେ କିରୁଥିକା ପ୍ରଭାକରନ ଯେଉଁ ତାରବାଡ କରିବା ସହ ଏକ ବଡ ଗେଟ୍ ଲଗାଇଛନ୍ତି ଯାହା ଫଳରେ କେନାଲ ମରାମତି ପାଇଁ ସେଠାରେ ପ୍ରବେଶ କରି ହେଉ ନାହିଁ ତାହାକୁ ହଟାଇ କିଭଳି ଅବାଧ ପ୍ରବେଶ କରିହେବ ତାହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏନେଇ ଜିଲ୍ଲାପାଳ ଆସନ୍ତା 28 ତାରିଖରେ ସୂଚନା ଦେବେ ବୋଲି କହିଛନ୍ତି ସାଂସଦ । ଶେଷରେ ସାଂସଦ ଯେଉଁ ଅଭିଯୋଗ କରିଥିଲେ ତାହାକୁ ସରକାର ସତ୍ୟ ପ୍ରମାଣ କରିଛନ୍ତି ଏବଂ ସାଂସଦ ଅପରାଜିତାଙ୍କ ଏପରି ବଦାନ୍ୟତା ପାଇଁ ତାଙ୍କୁ ବେଶ୍ ପ୍ରଶଂସା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *