ନଦୀ ଜଳ ସଂରକ୍ଷଣ ଆବଶ୍ୟକ

ନଦୀ ଜଳ ସଂରକ୍ଷଣ ଆବଶ୍ୟକ

ଭୁବନେଶ୍ୱର:

ଆଗରୁ ନଦୀ ଅବିରତ ଭାବେ ବହି ଚାଲୁଥିଲା | ନଦୀଜଳରେ କେତେ ଆବର୍ଜନା, ଦୂଷିତ ଜଳ, ଶିଳ୍ପ ଓ ସହରର ଦୂଷିତ ତଥ୍ୟ ବର୍ଜ୍ୟବସ୍ତୁ ପଡୁଥିଲେ ମଧ୍ୟ ପାକୃତିକ ଭାବେ ନଦୀ ବହୁଥିବାରୁ ନଦୀ ଜଳ ଅପରିଷ୍କାର ବା ଦୂଷିତ ହେଉନଥିଲା | ବନ୍ୟା ଯୋଗୁଁ ମଧ୍ୟ କେତେକ ଆବର୍ଜନା ନଦୀର ଅତ୍ୟାବଶ୍ୟକ ଜମି ଓ ଜଙ୍ଗଲ ମଧ୍ୟରେ ଜମି ରହିଥିବା ବା ସମୁଦ୍ରକୁ ଚାଲିଯାଉଥିଲା | ବନ୍ୟା ଯୋଗୁଁ ଯେଉଁ ଵନ୍ୟଭୂମି (Flood ପ୍ଲାନେ ) ତିଆରି ହେଉଥିଲା, ତାହା ଜମିର ଉର୍ବରତା ଓ ପୃଷ୍ଟି ସାଧନ କରୁଥିବା ପରବର୍ତ୍ତୀ କୃଷି ଋତୁରେ ଚାଷୀଙ୍କୁ ଫସଲରେ ଲାଭ ଯୋଗାଉଥିଲା | ଅନେକ ବର୍ଷ ଧରି ଆମେ ନଦୀ ଶଯ୍ୟା , ନଦୀ ତ୍ରିକୋଣଭୂମି, ନଦୀର ଜଳଧାରଣ ଓ ପ୍ରବେଶ ଅଞ୍ଚଳ ନଦୀରେ ମିଶୁଥିବା ଅନ୍ୟ ନଦୀ ଅବବାହିକା ବିକାଶରେ ଧ୍ୟାନ ଦେଉନୁ | ସେହିଭଳି ଭାବେ ନଦୀ ଅବବାହିକା ପରିଚାଳନ (Basic Managment) କୁ ସମ୍ପୂର୍ଣ ଭୁଲିଯାଇଛି | ଅନେକ ନଦୀ ରାଜ୍ୟ-ରାଜ୍ୟ ମଧ୍ୟରେ ପ୍ରଭାବିତ ହେଉଥିବାରୁ କ୍ରମେ ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି |

ଏହି ପରିପ୍ରେକ୍ଷୀରେ ମୌସୁମୀ ସମୟ ଯେଭଳି ଜୁନଠାରୁ ସେପ୍ଟେମ୍ବର ଏବଂ ମୌସୁମୀ ପରିବର୍ତ୍ତେ ସମୟରେ ନଦୀ ଜଳ ପରିଚାଳନ ଓ ସଂରକ୍ଷଣ ନେଇ ବିଶେଷ ପ୍ରଦକ୍ଷେପ ନେବା ଆବଶ୍ୟକ | କିନ୍ତୁ ମହାନଦୀ କ୍ଷେତ୍ରରେ ପଡୋଶୀ ରାଜ୍ୟ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଉଥିବାରୁ ଓଡ଼ିଶାବାସୀ ଅଣମୌସୁମୀ ସମୟରେ ଜଳକଷ୍ଟ ଭୋଗୁଛନ୍ତି | ଆଜିର ଦିନରେ ନଦୀ ସଂରକ୍ଷଣ ଓ ସୁରକ୍ଷାରେ ପ୍ରମୁଖ ତିନୋଟି ଦିଗ ହେଲା ନଦୀ ସଂରକ୍ଷଣ, ନଦୀ ଜଳ ପରିଚାଳନା ଓ ନଦୀକୁ ପୁର୍ନଜୀବିତ କରିବା | ଏହାକୁ ଧର୍ମ ଭାବେ ଗ୍ରହଣ କରି ଆଗେଇ ଚାଲିଲେ ଅନେକାଂଶରେ ଆମେ ଜଳ କଷ୍ଟରୁ ମୁକ୍ତି ପାଇବା | ନଦୀକୁ ଦୂଷିତ କରୁଥିବା ସହରର ଆବର୍ଜନା, ଶିଳ୍ପାଞ୍ଚଳର ଦୂଷିତ ପାଣି ଓ ବର୍ଜ୍ୟବସ୍ତୁ ଯଥା ନଦୀ ମଧ୍ୟରେ ମାଛ ଧରିବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ସବୁକୁ ସମ୍ପୂର୍ଣ ନିଷେଧ ନ କଲେ ଆମେ ନଦୀ ଜଳ ପିଇବା ଯୋଗ୍ୟ ହବ ନାହିଁ | ଜଳ ହେଉଛି ଜନସାଧାରଣଙ୍କ ସମ୍ପତି | ଏହାର ସଂରକ୍ଷଣରେ ଉଭୟ ସରକାର ଓ ଜନସାଧାରଣଙ୍କ ଭୂମିକା ରହିବା ଆବଶ୍ୟକ |

author

Related Articles

Leave a Reply

Your email address will not be published. Required fields are marked *