ନନାଙ୍କ ଲେଖା ଛିଡାଇବେ ଲେଖା ଦିଦି !

ନନାଙ୍କ ଲେଖା ଛିଡାଇବେ ଲେଖା ଦିଦି !

ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଗଣତନ୍ତ୍ରର ଏହି ମହାନ ପର୍ବ ସରିବା ପାଇଁ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏହାରି ମଧ୍ୟରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ପ୍ରତାପ ନନା ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି । କିଛିଦିନ ତଳେ ନନାଙ୍କ ପାଇଁ ପ୍ରଚାର କରିବାକୁ କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସିଥିଲେ ଆଉ  ଗତକାଲି ନନାଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ନିଜ ଲୋକସଭା ମଣ୍ଡଳୀ ଗସ୍ତ କରି ପ୍ରଚାର ଉପରେ ପ୍ରଚାର କରିଚାଲିଛନ୍ତି ପ୍ରତାପ ନନା ତାହା ସହିତ ତାଙ୍କର ଦୁଇ ବିରୋଧି ପ୍ରାର୍ଥୀ ତଥା ବିଜେଡି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କୁ ଟାର୍ଗେଟ କରୁଛନ୍ତି । କେତେବେଳେ ଲେଖାଶ୍ରୀଙ୍କ ଗୁମର ଖୋଲୁଛନ୍ତି ତ ଆଉ କେତେବେଳେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଧୋଇ ଦେଉଛନ୍ତି । ଥରୁଟିଏ ମାତ୍ର ଶ୍ରୀକାନ୍ତ ଜେନା ଏହି ଆସନରୁ ସାଂସଦ ହୋଇଥିଲେ ଏବଂ ଏହାପରେ ପ୍ରତାପଙ୍କ ହାତକୁ ଚାଲିଯାଇଥିଲା ବାଲେଶ୍ୱର ସଂସଦୀୟ କ୍ଷେତ୍ର । ଆଉ ଚଳିତ ନିର୍ବାଚନରେ ଦୁଇ ହେଭିୱେଟଙ୍କ ସାମ୍ନା କରିବାକୁ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ଅନ୍ୟପଟେ ଲେଖାଶ୍ରୀଙ୍କ ଲେଖା ଛିଡାଇବା ପାଇଁ ନନା ଲେଖାଶ୍ରୀଙ୍କ ପୁରୁଣା ଅଡିଓ ବଜାଇ ଲୋକଙ୍କୁ ଶୁଣାଉଛନ୍ତି । ସେ ପୂର୍ବରୁ କିଭଳି ବିଜେଡିକୁ ଧୋଉଥିଲେ ତାହା ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏବେ ସେ ସବୁ ଆଲୋଚନା କରି କଣ ପ୍ରମାଣ କରିବାକୁ ଚାହୁଛନ୍ତି ପ୍ରତାପ ନନା । ସଭା ମଞ୍ଚରେ ଏପରି କରୁଛନ୍ତି । ଲେଖାଶ୍ରୀଙ୍କ ପଟୁଆର ଦେଖି ଭୟ କରୁନାହାନ୍ତି ତ ନନା ସେଥିପାଇଁ ହୁଏତ ସେ ଏପରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ସାଧାରଣ ନିର୍ବାଚନରେ ନନାଙ୍କ ଲେଖା ଛିଡାଇବାରେ କେତେ ସଫଳ ହେଉଛନ୍ତି ଲେଖା ଦିଦି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *