ନନ୍ଦିନୀ ଗୁପ୍ତାଙ୍କୁ ମିସ୍ ଇଣ୍ଡିଆ ମୁକୁଟ

ନନ୍ଦିନୀ ଗୁପ୍ତାଙ୍କୁ ମିସ୍ ଇଣ୍ଡିଆ ମୁକୁଟ

ମଣିପୁର:

ନନ୍ଦିନୀ ଗୁପ୍ତା ନୂଆ ମିସ୍ ଇଣ୍ଡିଆ ହୋଇଛନ୍ତି | ଶନିବାର ମଣିପୁର ଇମ୍ଫାଲର ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗତ ବର୍ଷର ମିସ୍ ଇଣ୍ଡିଆ ସିନା ସେଟ୍ଟୀ ତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି | ଦିଲ୍ଲୀର ଶ୍ରୀୟା ପୁଞ୍ଜା ପ୍ରଥମ ରନର-ଅପ ଏବଂ ମଣିପୁରର ଥୌନାଓଜମ ଷ୍ଟ୍ରିଲା ଲୁୱାଙ୍ଗ ଦ୍ୱିତୀୟ ରନର-ଅପ ହୋଇଛନ୍ତି | ୧୯ ବର୍ଷୀୟ ନନ୍ଦିନୀ ରାଜସ୍ତାନ କୋଟାର ବାସିନ୍ଦା | ଏବେ ସେ ମିସ୍ ୱାର୍ଲଟ (ବିଶ୍ୱ ସୁନ୍ଦରୀ) ୨୦୧୩ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ | ସେ ବିଜନେସ୍ ମ୍ୟାନେଜମେଣ୍ଟରେ ଡିଗ୍ରୀ କରୁଛନ୍ତି | ଆହ୍ୱାନର ସାମ୍ନା କରି ସେ ସଫଳ ହେବାକୁ ଚାହାନ୍ତି ବୋଲି ନନ୍ଦିନୀ କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି, ଯେ ପରିଚୟ ସୃଷ୍ଟି କରିବା ପାଇଁ ବିଫଳତା ମଧ୍ୟ ଜରୁରୀ ହୋଇଥାଏ | କ୍ୟାରିୟର କିମ୍ବା ଜୀବନ ବିଷୟରେ ଚିନ୍ତା କଲେ କଠିନ ଏବଂ ବିପରୀତ ପରିସ୍ଥିତିକୁ ଧ୍ୟାନରେ ରଖି ଆଗକୁ ବଢ଼ାନ୍ତୁ | ଆହ୍ୱାନର ମୁକିବିଲା କରି ବିଜୟୀ ହେବା ପାଇଁ ଆଗକୁ ମାଡି ଚାଲନ୍ତୁ | ବିଫଳତାରୁ ସଖ୍ୟ ଗ୍ରହଣ କରି ଆଗକୁ ଯାଆନ୍ତୁ |

author

Related Articles

Leave a Reply

Your email address will not be published. Required fields are marked *