ନବଙ୍କ ପରେ କିଏ ?

ଆଇନ ଶୃଙ୍ଖଳାକୁ ନେଇ ରାଜନୀତି । ଦୁଇ ଦଳ ଏବେ ନବଦାସଙ୍କ ହତ୍ୟାକାଣ୍ଡରୁ ଓହରି ଏବେ ଆରୋପ ପ୍ରତ୍ୟାରୋପ ରାଜନୀତି ଆଡକୁ ମୁହାଁଛନ୍ତି । ମୋତେ ଟାର୍ଗେଟ କରି ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ରାଜ୍ୟ ସରକାର ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ମହିଳା ପୋଲିସ ଆଇଆଇସିଙ୍କୁ ର୍ଦୁବ୍ୟବହାର ଘଟଣାକୁ ନେଇ ବିରୋଧୀ ଦଳ ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବିଜେଡ଼ି । ଏହାରି ଭିତରେ ମୁହଁ ଖୋଲିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି କିଛି ଦିନ ହେବ ତାଙ୍କ ଗୋଡ ଭାଙ୍ଗିଥିବାରୁ ସେ ସର୍କିଟ ହାଉସରେ ଥିଲେ । ନବଦାସଙ୍କ ହତ୍ୟାକାଣ୍ଡ ବାବଦରେ ସେ ଉନ୍ମୋଚିତ କରିଥିବାରୁ ତାଙ୍କୁ ରାଜ୍ୟ ସରକାର ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଆଜି ଜୟନାରାୟଣ ସର୍କିଟ ହାଉସରେ ଅଛନ୍ତି ଭାବି ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ସର୍କିଟ ହାଉସର କବାଟ, କାଚ ଭାଙ୍ଗିଦେଇଥିଲେ ଦୁର୍ବୃତ୍ତ। ସର୍କିଟ ହାଉସକୁ ପଶି ଗୁଣ୍ଡା ମାନେ ଏପରି କରିପାରୁଛନ୍ତି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ । ଜଣେ ପୋଲିସ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରୁଛି, ଆଉ ଜଣେ ପୋଲିସ ଜଣେ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରିପାରୁଛି । ଏ ହେଉଛି ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ବୋଲି କହିଛନ୍ତି ଜୟନାରାୟଣ । ଆହୁରି ମଧ୍ୟ ସିଧାସଳଖ ଅଭିଯୋଗ ଆଣି ବିରୋଧୀ ଦଳ ନେତା କହିଛନ୍ତି, କିଛି ବିଜେଡି କର୍ମୀ ଗୁଣ୍ଡା ଓ ଅସାମାଜିକ ଭାବେ ସର୍କିଟ ହାଉସକୁ ପ୍ରବେଶ କରିଥିଲେ । ମୁଖ୍ୟଦ୍ୱାରର କାଚ, ଝରକା ଭାଙ୍ଗିଦେଇଛନ୍ତି । ସର୍କିଟ ହାଉସ ଓ ହାଉସରେ ରହୁଥିବା ଲୋକ ସୁରକ୍ଷିତ ନୁହେଁ, ତାହେଲେ ସାଧାରଣ ଲୋକ କିପରି ସୁରକ୍ଷିତ? ଏହି ଷଡ଼ଯନ୍ତ୍ର ରାଜ୍ୟ ସରକାର କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ । ରାଜ୍ୟରେ କେହି ସୁରକ୍ଷିତ ନାହିଁନ୍ତି । ନବଦାସଙ୍କ ମାମଲାରେ ତାଙ୍କର ହସ୍ତକ୍ଷେପ ଯୋଗୁଁ ରାଜ୍ୟ ସରକାର ଏପରି କରିଛନ୍ତି ।ଆଇଆଇସିଙ୍କ ସହ ଠେଲାପେଲା ଘଟଣାକୁ ନେଇ ମଧ୍ୟ ନିଜର ପ୍ରତିକ୍ରୟା ରଖିଛନ୍ତି ଜୟ ନାରାୟଣ ମିଶ୍ର । ସେ କହିଛନ୍ତି,\”ପ୍ରଥମେ ଆଇଆଇସିଙ୍କୁ ପରିଚୟ ପଚାରିଥିଲି । ସେ ପରେ ମୋ ଗୋଡ଼ ଦଳିଦେବାରୁ ମୁଁ ନିଜ ସୁରକ୍ଷା ପାଇଁ ତାଙ୍କୁ ଠେଲିଦେଇଥିଲି । ସେ ଅନ୍ୟ ଜାଗାରେ ଥିଲେ ମୋ ପାଖକୁ କାହିଁକି ଆସିଲେ । ସେମାନେ ପ୍ରଶାସନ ପାଖକୁ ଯାଆନ୍ତୁ ମୁଁ ଓଡିଶା ଜନତାଙ୍କ ପାଖକୁ ଯିବି । ସବୁ କଥା ଓଡିଶା ବାସୀ ଜାଣିଛନ୍ତି । ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି ଓ ଓଡ଼ିଶା ପୋଲିସ ଉପରେ ମୋର ଭରସା ନାହିଁ\” ।

author

Related Articles

Leave a Reply

Your email address will not be published. Required fields are marked *