ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ

ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସୁବାଷ ନଗର ତୃତୀୟ ଲାଇନରେ ଏକ ଘରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ଦିଗପହଣ୍ଡି ଖlରିଆଗୁଡା ଗ୍ରାମର ଯୋସ୍ଣl ରାଣୀ ଶବର(୨୩) ବୋଲି ପୁଲିସ କହିଛି । ପୁଲିସ ମୃତଦେହ ଜବତ କରି ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପାରିବାରିକ କଳହରୁ ଯୋସ୍ଣl ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ସୂଚନାଯୋଗ୍ୟ ଯେ,ଜୋଷ୍ଣା ସ୍ଥାନୀୟ କୁମ୍ଭାରପଲ୍ଲୀ ଅଞ୍ଚଳର ତୋଫାନ ସାହୁଙ୍କୁ ୭ମାସ ପୂର୍ବେ ବିବାହ କରିଥିଲେ । ଏବେ ଜୋଷ୍ଣା ସୁବାଷ ନଗର ତୃତୀୟ ଲାଇନରେ ସ୍ୱାମୀଙ୍କ ସହ ରାହୁଥିଲେ
ଆଜି ଜୋଷ୍ଣା ଘରଭିତରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି ।
କୌଣସି ସୂତ୍ରରୁ ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ । ପୁଲିସ ଉକ୍ତ ଘରର କବାଟ ଭାଙ୍ଗି ଭିତରେ ପଶିଥିଲେ। ସେତେବେକେ ଜୋଷ୍ଣାବେକରେ ଲୁଗା ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଝୁଲନ୍ତା ଅବସ୍ଥାରେ ଜୋଷ୍ଣାଙ୍କ ମୃତ ଦେହ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିଲେ। ଏଠାରେ ଜୋଷ୍ଣାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ।ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଲାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *